ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯ ଟପିଲା

ନୂଆଦିଲ୍ଲୀ : ଲଗାତର ମହଙ୍ଗା ହୋଇଚାଲିଛି ପେଟ୍ରୋଲ ଓ ଡିଜେଲ। ଆଜି ପୁଣି ୩୫ ପଇସା ବଢିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୯ ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ୧୦୫ ଟଙ୍କା ୮୪ ପଇସାରେ ବିକ୍ରି ହେଉଛି।

ଗୁରୁବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ ୧୦୮.୨୯ ଓ ଡିଜେଲ୍‌ ଲିଟର୍‌ ୯୭.୦୨ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ ୧୧୪.୧୪ ଥିବାବଳେ ଡିଜେଲ୍‌ ଲିଟର୍‌ ହୋଇଛି ଟ. ୧୦୫.୧୨ ପଇସା। ଚେନ୍ନାଇରେ ପେଟ୍ରୋଲ୍‌ ଲିଟର୍‌ ଟ. ୧୦୫.୧୩ ପଇସା ଓ ଡିଜେଲ୍‌ ଲିଟର୍‌ ଟ. ୧୦୧.୨୫ରେ ପହଞ୍ଚିଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର୍‌ ଟ. ୧୦୮.୭୮ ଓ ଡିଜେଲ୍‌ ଲିଟର୍‌ ଟ. ୧୦୦.୧୪ରେ ବିକ୍ରି ହେଉଛି।

ଖବର ଅନୁଯାୟୀ ୨୦୨୦ ମେ’ ୫ ତାରିଖ ଠାରୁ ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍‌ ୩୫ ଟଙ୍କା ୯୮ ପଇସା ପ୍ରତି ଲିଟର ବୃଦ୍ଧି ହୋଇଛି। ସେହିପରି ଡିଜେଲ ଦାମ୍‌ ମଧ୍ୟ ୨୬ ଟଙ୍କା ୫୮ ପଇସା ପ୍ରତି ଲିଟର ବଢ଼ିଛି। ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆନ୍ତର୍ଜାତୀୟ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ୧୯ଡଲାର ପର୍ଯ୍ୟନ୍ତ ଗ୍ରାହକଙ୍କୁ ହେଉଥିବା ଲାଭ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ଆନ୍ତର୍ଜାତୀୟ ମୂଲ୍ୟ ବ୍ୟାରେଲ ୮୫ ଡଲାରକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ୩୧.୯୦ ଟଙ୍କା ଓ ଡିଜେଲ ଲିଟର ପିଛା ୩୧.୮୦ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button