ଗ୍ରହମାନଙ୍କ ପ୍ରବେଶ : ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ବୃଷ ରାଶିରେ, ଚନ୍ଦ୍ର କର୍କଟରେ ଓ ବୁଧ କନ୍ୟା ରାଶିରେ ରହିଛନ୍ତି। ସେହିପରି ସୂର୍ଯ୍ୟ ମଙ୍ଗଳ ସହିତ ତୁଳା ରାଶିରେ ରହିଥିବା ବେଳେ ଶୁକ୍ର ଓ କେତୁ ବିଛା ରାଶିରେ ଅଛନ୍ତି। ଗୁରୁ ଶନିଙ୍କ ସହିତ ମକର ରାଶିରେ ରହିଥିବାରୁ ଏହାକୁ କୁହାଯାଉଛି ମଧ୍ୟମ ସମୟ। ତେଣୁ କେଉଁ ରାଶି ପାଇଁ କ’ଣ ରହିଛି ଆସନ୍ତୁ ଜାଣିବା।

ମେଷ – ଏହି ରାଶିଙ୍କର ବ୍ୟକ୍ତିଙ୍କ ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଘରେ ଖୁସି ସହ ଉତ୍ସବ ହୋଇପାରେ। ବ୍ୟବସାୟ ଭଲ ଚାଲିବ। ହନୁମାନଙ୍କ ପୂଜା ଜାରି ରଖିବା ଉଚିତ।

ବୃଷ – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାହା କିଛି ଆରମ୍ଭ କରିବାକୁ ଚାହୁଁଛନ୍ତି ତାହାକୁ ସ୍ଥିର ମନରେ କାର୍ଯ୍ୟକାରୀ କର। ବ୍ୟବସାୟ କ୍ଷେତ୍ରରେ ଲାଭ ହେବ। ପ୍ରେମ ଓ ବ୍ୟବସାୟ ପରିସ୍ଥିତି ଭଲ ରହିବ। ମା’ କାଳୀଙ୍କୁ ଆରାଧନା କରନ୍ତୁ।

ମିଥୁନ – ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଉନ୍ନତି ଓ ବ୍ୟବସାୟ ଭଲ ରହିବ। କେବଳ ବିନିଯୋଗରୁ ଦୂରେଇ ରହି ଭଗବାନ ଶିବଙ୍କୁ ପୂଜା କରନ୍ତୁ।

କର୍କଟ – ଆକ୍ରୋଶକୁ ନିୟନ୍ତ୍ରଣ କରନ୍ତୁ। ପ୍ରେମ ଓ ବ୍ୟବସାୟର ସ୍ଥିତି ଭଲରେ ରହିବ। ହନୁମାନଙ୍କୁ ପୂଜା କରନ୍ତୁ।

ସିଂହ – ମୁଣ୍ଡବିନ୍ଧା-ଆଖି ଯନ୍ତ୍ରଣା ବ୍ୟଥିତ କରିବ। ବ୍ୟବସାୟ ଓ ପ୍ରେମ ବ୍ୟାପାରରେ ସ୍ଥିତି ସୁଧାର ଆସିଲେ ମଧ୍ୟ ମନ ବିଚଳିତ ହେବ। ତେଣୁ ଭଗବାନ ଶିବଙ୍କୁ ପୂଜା କରନ୍ତୁ।

କନ୍ୟା – ନୂତନ ଆୟର ଉତ୍ସ ସୃଷ୍ଟି ହେବ। ଟଙ୍କା ଫେରସ୍ତ ମିଳିବ ସହିତ ପ୍ରେମ ଓ ବ୍ୟବସାୟର ଅବସ୍ଥା ବହୁତ ଭଲ ରହିବ। ପୂର୍ବାପେକ୍ଷା ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

ତୁଳା – ପିତା ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଓ ବ୍ୟବସାୟରେ ଲାଭ ହେବ। ସ୍ୱାସ୍ଥ୍ୟ ମଧ୍ୟମ ଉନ୍ନତି ହେବ । ପ୍ରେମ ଓ ବ୍ୟବସାୟରେ ପରିସ୍ଥିତି ଭଲ ରହିବ। ତେବେ ମା’ କାଳୀଙ୍କୁ ପୂଜା କରନ୍ତୁ।

ବିଛା – ଧାର୍ମିକ ଭାବନାରେ ରୁହନ୍ତୁ। ଅଟକି ରହିଥିବା କାମ ପୁଣି ଆରମ୍ଭ ହେବ। ସ୍ୱାସ୍ଥ୍ୟରେ ମଧ୍ୟମ ଧରଣର ଉନ୍ନତି ଘଟିବ। ବ୍ୟବସାୟରେ ସ୍ଥିତି ଭଲ ରହିବ। ଲାଲ୍ ରଙ୍ଗର ବସ୍ତୁ ପାଖରେ ରଖବା ଉଚିତ।

ଧନୁ – ପରିସ୍ଥିତି ହଠାତ୍ ଅନୁକୂଳ ହୋଇପାରେ। ବ୍ୟବସାୟ ପାଇଁ ଭଲ ସମୟ। ତେବେ ଭଗବାନ ଶିବଙ୍କୁ ଉପାସନା କରନ୍ତୁ ଶାନ୍ତି ମିଳିବ।

ମକର – ପ୍ରେମୀକ-ପ୍ରେମିକାଙ୍କ ମଧ୍ୟରେ ସାକ୍ଷାତ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ସହିତ ଦିନ ଗୁଡିକ ଛୁଟିଦିନ ଭଳି ଅନୁଭବ ହେବ। ଶନି ଦେବଙ୍କୁ ପୂଜା କରନ୍ତୁ।

କୁମ୍ଭ – ଟିକେ ବିଚଳିତ ଭାବ ଦେଖାଦେବ। ଶତ୍ରୁମାନେ ହଇରାଣ କରିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ। ବ୍ୟବସାୟ ପାଇଁ ସମସ୍ୟା ନାହିଁ। ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ।

ମୀନ – ନିଜର ଉପରେ ବିଶ୍ୱାସ ରଖି କାର୍ଯ୍ୟ କରନ୍ତୁ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଭଲ। ସ୍ୱାସ୍ଥ୍ୟ, ପ୍ରେମ ଓ ବ୍ୟବସାୟ ସ୍ଥିତି ଭଲ ରହିଛି। ଭଗବାନ ଶିବଙ୍କୁ ପୂଜା କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button