ତୁର୍କୀରେ ଭୂକମ୍ପ : ମୃତ୍ୟୁସଂଖ୍ୟା ୭୫୦୦

ନୂଆଦିଲ୍ଲୀ : ତୁର୍କୀ ଏବଂ ସିରିୟାରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ରିେପାର୍ଟ ଲେଖାେହବା ବେଳକୁ ୬ ହଜାର ଅତିକ୍ରମ କରିଛି। ସନ୍ଧ୍ୟା ସୁଦ୍ଧା ୭୫୦୦ ଶବ ଉଦ୍ଧାର ହୋଇଛି ଏବଂ ଭଗ୍ନସ୍ତୂପ ତଳେ ହଜାର ହଜାର ଲୋକ ଫସି ରହିଛନ୍ତି। ଦକ୍ଷିଣ ତୁର୍କୀ ଏବଂ ଉତ୍ତର ସିରିୟାରେ ଭୂକମ୍ପ ପରବର୍ତ୍ତୀ ସ୍ଥିତି ଅତି ଭୟଙ୍କର ରହିଛି। ତୁର୍କୀରେ ଗତକାଲି ୩ ଥର ଭୂକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଲାଗି ରହିଥିବା ବେଳେ ଆଜି ପୁଣିଥରେ କେନ୍ଦ୍ରୀୟ ତୁର୍କୀରେ ଦୁଇ ଥର ୫.୬ ଓ ୫.୭ ତୀବ୍ରତାର ଭୂକମ୍ପ ‌ଅନୁଭୂତ ହୋଇଛି।

ମହାସଙ୍କଟର ମୁକାବିଲା ପାଇଁ ତୁର୍କୀ ଅନ୍ତର୍ଜାତୀୟ ସହାୟତା ନିମନ୍ତେ ଅନୁରୋଧ କରିଛି ଏବଂ ଭାରତ ସମେତ ୭୦ ରୁ ଅଧିକ ରାଷ୍ଟ୍ର ଏବଂ ୧୪ ଅନ୍ତର୍ଜାତୀୟ ସଂଗଠନ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି। ତୁର୍କୀରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ପ୍ରବଳ ଥଣ୍ଡା ଏବଂ ବରଫ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ‌ରେ ବାଧା ସୃଷ୍ଟି ହୋଇଛି। ଭୂକମ୍ପରୁ ବଞ୍ଚିଯାଇଥିବା ଲୋକମାନେ ଏବେ ଭୀଷଣ ଥଣ୍ଡା, ଘନ ଅନ୍ଧାର ଓ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ କି ପିଇବାକୁ ପାଣି ମ‌ୁନ୍ଦେ ବି ନାହିଁ। ପ୍ରବଳ ଶୀତ ଏବଂ ବରଫ ବର୍ଷା ଅତି ଶୋଚନୀୟ ସ୍ଥିତି ସୃଷ୍ଟି କରିଛି।
ତୁର୍କୀ ରାଷ୍ଟପ୍ରତି ଏର୍ଡୋଗାନ ଆଜି ୧୦ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ଅତ୍ୟଧିକ ଥଣ୍ଡା ଭଗ୍ନ କୋଠା ତଳେ ଫସି ରହିଥିବା ଲୋକମାନଙ୍କ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରିଛି। ୮ ହଜାରରୁ ଅଧିକ ଲୋକଙ୍କୁ ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ତୁର୍କୀ ଏବଂ ସିରିୟାରେ ହଜାର ହଜାର କୋଠା ମାଟିରେ ମିଶି ଯାଇଛି ।

Leave a Reply

Your email address will not be published. Required fields are marked *

Back to top button