ତଳପଡା ବାସନ୍ତୀଦୂର୍ଗା ପୂଜା ମଣ୍ଡପରେ ବିଧାୟକ ଧ୍ରୁବ ସାହୁ

ପଟ୍ଟାମୁଣ୍ଡାଇ : କଖାରୁଣୀ ଗ୍ରାମ ପଞ୍ଚାୟତର ତଳପଡା ଗ୍ରାମରେ ପ୍ରତିବର୍ଷପରି ଚଳିତବର୍ଷ ପାଳିତ ହେଉଛି ମା’ ବାସନ୍ତୀଦୂର୍ଗାଙ୍କ ପୂଜା ଉତ୍ସବ। ଏହି ପୂଜା ମାର୍ଚ୍ଚ ୨୬ ଠାରୁ ଆରମ୍ଭ ହୋଇଛି। ୩୧ ତାରିଖ ଯାଏ ଚାଲିବ। ପ୍ରେତ୍ୟେକଦିନ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ଲାଭ କରୁଥିବା ବେଳେ ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ପୂଜା ମଣ୍ଡପରେ ଉପସ୍ଥିତ ହୋଇ ମା’ଙ୍କ ଆଶୀର୍ବାଦ ନେଇଛନ୍ତି।

janatakhabar.in

ତଳପଡା ଗ୍ରାମରେ ଦୀର୍ଘ ୪୬ବର୍ଷ ତଳେ ପୂଜା କମିଟିର ସ୍ଥାୟୀ ସଭାପତି ଗୁରୁଚରଣ ଲେଙ୍କାଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା ମା’ ବାସନ୍ତୀଦୂର୍ଗାଙ୍କ ପୂଜା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ନୀତି ନିୟମ ଅନୁସାରେ ପୂଜା ସମ୍ପନ୍ନ ହୋଇଆସୁଛି। ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରିଆସୁଛନ୍ତି। ଏହି ମହତ କାର୍ଯ୍ୟ ପାଇଁ ପୂଜା କମିଟି ପକ୍ଷରୁ ଗୁରୁଚରଣ ଲେଙ୍କାଙ୍କ ସହିତ କ୍ରମାଗତ ଭାବେ ସହଯୋଗ କରି ଆସିଥିବା ଗ୍ରାମର ଅନ୍ୟ ଦୁଇଜଣ ସଦସ୍ୟ ଅଭିମନ୍ୟୁ ସ୍ଵାଇଁ ଓ ଉମେଶ ଚନ୍ଦ୍ର ସ୍ଵାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ଗୁରୁବାର ରାଜନଗର ବିଧାୟକ ଧ୍ରୁବ ସାହୁ ପୂଜା ମଣ୍ଡପରେ ଉପସ୍ଥିତ ହୋଇ ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ତାଙ୍କୁ କମିଟି ପକ୍ଷରୁ ମଧ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକଙ୍କ ବ୍ୟତୀତ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କାଳନ୍ଦି ରାଉତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଦସ୍ୟ ବିଷ୍ଣୁ ଚରଣ ସାହୁ, କେଶବ ପୁହାଣ, କୈଳାଶ ଜେନା, ବୀରକିଶୋର ସ୍ଵାଇଁ, ପ୍ରମୋଦ ସ୍ଵାଇଁ, ସମ୍ରାଟ ସ୍ଵାଇଁ, ରମାକାନ୍ତ ଜେନା, ଉମାକାନ୍ତ ରାଊତ ଓ ରବୀନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button