ମହାନଦୀ ଜଳ ବିବାଦ ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ

ଭୁବନେଶ୍ଵର : ମହାନଦୀ ଜଳ ବିବାଦର ମୂଳ କାରଣ ଛତିଶଗଡ଼ ଏକତରଫା ଓ ବେଆଇନ ଭାବେ ପାଣିକୁ ଅଟକାଉଛି। ଛତିଶଗଡ଼ ୨୭.୪୮ ନିୟୁତ ଏକର ଫୁଟକୁ ବ୍ୟବହାର କରିବା ପାଇଁ ମସୁଧା କରୁଥିବା ବେଳେ ୬ଟି ଶିଳ୍ପଭିତ୍ତିକ ବ୍ୟାରେଜ କରି ଜଳକୁ ଅବରୋଧ କରାଯାଉଛି। ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି,

ଶୁକ୍ରବାର ମହାନଦୀ ଜଳ ବିବାଦ ସମ୍ପର୍କରେ ବିଧାନସଭାରେ ବିବୃତି ରଖି ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଅବଗତ କରିଥିଲେ। ଓଡ଼ିଶା ପାଇଁ ୨ନିୟୁତ ଏକର ଫୁଟ ପାଣି ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏ ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଵଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ । ଏବେ ଟ୍ରିବ୍ୟୁନାଲକୁ ଆମେ ଯାଇଛୁ। ଗୃହର ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ ଏହି ବିବାଦର ସମାଧାନ ପାଇଁ ଆମକୁ ସହଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button