ଅଜୟ ଦେବଗନଙ୍କ ଫିଲ୍ମ ମୈଦାନ୍‌ର ଟିଜର ରିଲିଜ୍‌

ମୁମ୍ଵାଇ : ବର୍ତ୍ତମାନ ଚର୍ଚ୍ଚାରେ ରହିଛି ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ଭୋଲା। ଏହି ଚଳଚ୍ଚିତ୍ର ସହିତ ଅଜୟଙ୍କ ପ୍ରଶଂସକମାନେ ପାଇଛନ୍ତି ଆଉ ଏକ ଉପହାର। ତାଙ୍କ ଆଗାମୀ ଚଳଚ୍ଚିତ୍ର ମୈଦାନର ଟିଜର ମଧ୍ୟ ‘ଭୋଲା’ ସହିତ ରିଲିଜ ହୋଇଛି। ପ୍ରଶଂସକମାନେ କରୁଛନ୍ତି ଏହାକୁ ପସନ୍ଦ।

‘ଭୋଲା’ ସହିତ ମୈଦାନର ଟିଜରକୁ ଦେଖିବା ପରେ ଏହି ଫିଲ୍ମ ହିଟ୍‌ ହେବ ବୋଲି କହୁଛନ୍ତି ପ୍ରଶଂସକ। ଏହି ଚଳଚ୍ଚିତ୍ରରେ ଅଜୟ ଜଣେ ଫୁଟବଲ୍ ପ୍ରଶିକ୍ଷକ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏକ ଫୁଟବଲ ଖେଳ ଉପରେ ଆଧାରିତ ହୋଇଥିବାରୁ ଟିଜର ଦେଖି ଫ୍ୟାନ୍ସମାନେ ଏପରି ଆହୁଛନ୍ତି।

କେବଳ ସେତିକି ନୁହେଁ ଫିଲ୍ମର ପୋଷ୍ଟରରେ ରିଲିଜ୍ ତାରିଖ କୁହାଯାଇଛି। ଆସନ୍ତା ୨୩ ଜୁନ୍ ୨୦୨୩ରେ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବା ଦିଆଯାଇଛି ସୂଚନା।

Leave a Reply

Your email address will not be published. Required fields are marked *

Back to top button