ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର : ୧୪ ଗିରଫ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସବ୍ୟାସ୍ତ୍ୟ ହୋଇଛି। ଦିଲ୍ଲୀରେ ୬ଜଣ ଗିରଫ ହୋଇଥିବା ବେଳେ ଗୁଜରାଟର ଅହମ୍ମଦାବାଦରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟିର ୮ଜଣ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି।

ଏଏନଆଇ ସୂଚନା ଅନୁଯାୟୀ ଅହମ୍ମଦାବାଦର ଅନେକ ଅଞ୍ଚଳରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ’ ପୋଷ୍ଟର ଲଗାଯାଇଛି। ଏହି ଘଟଣାରେ ୮ଜଣ ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅହମ୍ମଦାବାଦରୁ ଗିରଫ କରିଥିଲେ ହେଁ ଏହାକୁ ବିରୋଧ କରିଛି ଆମ୍ ଆଦମୀ ପାର୍ଟିର ଗୁଜରାଟ କମିଟି। ଦଳ ତରଫରୁ ଟ୍ୱିଟ୍ କରି ଗୁଜରାଟ ପୋଲିସର ଏଭଳି ପଦକ୍ଷେପ ଲୋକତନ୍ତ୍ର ପାଇଁ ବିପଦ ବୋଲି ଲେଖାଯାଇଛି।

ଅନ୍ୟପକ୍ଷରେ ଗୁଜରାଟ ପୋଲିସର ଅପରାଧ ଶାଖା ଏକ ପ୍ରେସ ରିଲିଜରେ କହିଛି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବା ଅଭିଯୋଗରେ ମଣିନଗର, ବଟବା, ନାରୋଲ ଓ ବଡଜ ଭଳି ଅଞ୍ଚଳରୁ ମୋଦୀ ହଟାଅ ଦେଶ ବଞ୍ଚାଅ ପୋଷ୍ଟର ଲଗାଇ ଜାତୀୟ ସମ୍ପତ୍ତିକୁ ନଷ୍ଟ କରୁଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ଆମ୍ ଆଦମୀ ପାର୍ଟିର ଗୁଜରାଟ ଉପାଧ୍ୟକ୍ଷ ସାଗର ଶବାରୀ କହିଛନ୍ତି ଦଳ ତରଫରୁ ଗୁରୁବାର ଠାରୁ ଭିନ୍ନ ଭିନ୍ନ ରାଜ୍ୟରେ ଏହି ପୋଷ୍ଟର ଲଗାଯାଉଛି। ହେଲେ କେବଳ ଗୁଜରାଟ ପୋଲିସ ଆପ୍ ର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରୁଛି।

Leave a Reply

Your email address will not be published. Required fields are marked *

Back to top button