ବିଜେପି ବିଧାୟକ କଂଗ୍ରେସରେ ମିଶିବେ

କର୍ଣ୍ଣାଟକ : କୁଡିଲିଗି ଆସନରୁ କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚିତ ହୋଇଆସିଥିବା ବରିଷ୍ଠ ବିଜେପି ନେତା ଏନୱାଇ ଗୋପାଳକୃଷ୍ଣ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର କଂଗ୍ରେସରେ ମିଶିବେ ବୋଲି ଜଣାପଡ଼ିଛି।

ଶୁକ୍ରବାର ଶ୍ରୀ ଗୋପାଳକୃଷ୍ଣ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଶେଶ୍ୱର ହେଗଡେ କାଗେରିଙ୍କୁ ଭେଟିବା ସହିତ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହି ନିଷ୍ପତ୍ତି ପୂର୍ବରୁ ସେ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ଭେଟିଥିଲେ।

ଏହାପୂର୍ବରୁ ବିଜେପିର ଦୁଇଜଣ ବିଧାନ ପରିଷଦ ସଦସ୍ୟ ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ। ସେହିପରି ମାର୍ଚ୍ଚ ୨୭ରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜେଡିଏସ୍‌ ନେତା ଏସ ଆର ଶ୍ରୀନିବାସ ଗୁରୁବାର କଂଗ୍ରେସ ହାତ ଧରିଥିବା ବେଳେ ଆଗକୁ ଅନେକ ବରିଷ୍ଠ ରାଜନେତା ଏହି ପଥ ଆପଣେଇବେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Back to top button