ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ଟ୍ରେନ୍‌

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟରୁ ତ୍ରିଶୁଳିଆକୁ ମେଟ୍ରୋ ଟ୍ରେନ୍ ଗଡ଼ିବ। ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନ, ବାଣୀବିହାର, ପଟିଆ ଓ ନନ୍ଦନକାନନ ଦେଇ ଚଳାଚଳ କରିବ। ଏଥିପାଇଁ ତିଆରି ହେବ ଏଲିଭେଟେଡ୍ କରିଡର।

ଖବର ଅନୁଯାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ। ଏସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍‌ ରିଭ୍ୟୁ କରିଥିଲା।

ଅନପକ୍ଷରେ ଅନୁଗୋଳ-ସୁକିନ୍ଦା ରେଲୱେ ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ସାମନ୍ଦରାୟ କହିଛନ୍ତି ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ନିମନ୍ତେ ଅତି କମ୍‌ରେ ୧୦ ବର୍ଷ ଲାଗି ଯାଇଥାଏ। ୧୦ ବର୍ଷରେ ଟୁଇନ୍‌ ସିଟିର ଲୋକ ସଂଖ୍ୟା ଦୁଇଗୁଣ ହୋଇ ଯାଇଥିବ। ସେତେବେଳେ ଭିଡ଼ କମାଇବା ପାଇଁ ଏବେଠୁ ମେଟ୍ରୋ ଟ୍ରେନ୍‌ କାମ ଆରମ୍ଭ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

Leave a Reply

Your email address will not be published. Required fields are marked *

Back to top button