ବିବାହିତା ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ନୋଏଡା : ଅନୈତିକ ସମ୍ପର୍କର କରୁଣ ପରିଣତି। ବିବାହିତା ପ୍ରେମିକାକୁ ହତ୍ୟା କଲା ଯୁବକ। ଏଭଳି ଘଟଣା ଉତ୍ତରପ୍ରଦେଶର ନୋଏଡାର ଏକ ଓୟୋ ହୋଟେଲରେ ଘଟିଛି।

ଖବର ଅନୁଯାୟୀ ମୃତ ମହିଳା ସ୍ଵାମୀ ଓ ୨ସନ୍ତାନଙ୍କ ସହ ନୋଏଡାରେ ରହୁଥିଲେ। ବିବାହ ପରେ ମହିଳାଙ୍କର ନିଜ ସମ୍ପର୍କୀୟ ସୋନୁଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ସୋନୁଙ୍କ ବିବାହ ସ୍ଥିର ହେବା ଜାଣି ମହିଳାଜଣକ ଶୁକ୍ରବାର ସେକ୍ଟର ୬୩ରେ ଥିବା ଓୟୋ ହୋଟେଲକୁ ଯାଇଥିଲେ। ସେଠାରେ ସୋନୁଙ୍କ ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଝଗଡା ବଢ଼ିବାରୁ ସୋନୁ ରାଗିଯାଇ ମହିଳାଙ୍କୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଓୟୋ ହୋଟେଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣା ବିଷୟରେ ଜାଣି ମହିଳାଙ୍କ ସ୍ଵାମୀ ସୋନୁ ବିରୋଧରେ ଏତଲା ଦେବାରୁ ପୋଲିସ ତାକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button