ଆମେରିକା ଘୁର୍ଣ୍ଣିଝଡରେ ୨୧ ମୃତ, ଶତାଧିକ ଆହତ

ନ୍ୟୁୟର୍କ : ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ। ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଶଙ୍କା କରାଯାଉଛି ସଂଖ୍ୟା ଆହୁରୀ ବଢିବ।

ଖବର ଅନୁଯାୟୀ ଘୁର୍ଣ୍ଣିଝଡର ପ୍ରଭାବ ଆମେରିକାର ପ୍ରାୟ ୯ଟି ରାଜ୍ୟରେ ଦେଖିବାକୁ ମିଳିଛି। କ୍ଷୟକ୍ଷତିର ଆକଳନ କରାଯାଇନଥଲେ ହେଁ ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ ଶୁକ୍ର ଓ ଶନି ଦୁଇଦିନ ଏଭଳି ଭୟଙ୍କର ଝଡ ତୋଫାନ ହୋଇଛି। ଝଡ ସମୟରେ ପବନର ବେଗ ଥିଲା ୧୬୫ କିଲୋମିଟର। ଯାହାଫଳରେ ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button