ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା

କୋରାପୁଟ : କୋରାପୁଟ ପରଜା ସାହିର ବୃଦ୍ଧ ରାମପ୍ରସାଦଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ରାମ ପ୍ରସାଦ ନିଜ ଘର ବାରଣ୍ଡାରେ ବସିଥିଲେ। ସେହି ସମୟରେ ଡମୁ ସାକିଆ ନାମକ ଜଣେ ଯୁବକ ତାଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତ ଡମୁ ସାକିଆଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button