ଗିପ୍ଟ ବୋମା ବିସ୍ଫୋରଣରେ ପୁଟିନସେନାର ବ୍ଲଗରଙ୍କ ମୃତ୍ୟୁ

ସେଣ୍ଟ୍ ପିଟରସନ : ବିସ୍ଫୋରଣ ଯୋଗୁ ଋଷିଆ ପୁଟିନଙ୍କ ସେନାର ଜଣେ ନାମିଦାମୀ ବ୍ଲଗର ବ୍ଲାଦଲେନ ତତାର୍କିଙ୍କ ଜୀବନ ଚାଲିଯାଇଛି। ତାଙ୍କୁ ସେଣ୍ଟ୍ ପିଟରସନର ଏକ କାଫେରେ ଉପହାର ମିଳିଥିଲା। ତା’କୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିବାରୁ ବ୍ଲାଦଲେନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି।

ପୋଲିସ ରିପୋର୍ଟ ଅନୁଯାୟୀ କାଫେରେ ହୋଇଥିବା ବିସ୍ଫୋରଣରେ ବ୍ଲଗର ବ୍ଲାଦଲେନ ତତାର୍କିଙ୍କ ସମେତ ୧୬ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ବ୍ଲାଦଲେନ ଋଷରେ ଲୋକପ୍ରିୟ ଥିଲେ। କେବଳ ଟେଲିଗ୍ରାମରେ ତାଙ୍କର ରହିଛନ୍ତି ୫୬୦,୦୦୦ରୁ ଅଧିକ ପ୍ରସଂସକ।

ବ୍ଲାଦଲେନଙ୍କ ପ୍ରକୃତ ନାଁ ମ୍ୟାକ୍ସିମୋ ଫେମିନ୍। ୟୁକ୍ରେନ ଉପରେ ଋଷ ଆକ୍ରମଣର ସେ ଜଣେ ସମର୍ଥକ। ୨୦୨୨ରେ ତାଙ୍କର ସମସ୍ତ ଭିଡିଓ ଭାଇରାଲ ହୋଇଥିଲା। ଏସବୁ ଭିଡିଓରେ ଶୁଣିବାକୁ ମିଳିଥାଏ ଆମେ ସମସ୍ତଙ୍କୁ ହରାଇଦେବୁ ଓ ହତ୍ୟା କରିଦେବୁ। ତାଙ୍କର ଏପରି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିଲା। ସେଥିପାଇଁ ବର୍ତ୍ତମାନ ଏହି ନାମିଦାମି ବ୍ଲଗରଙ୍କୁ ଷଡଯନ୍ତ୍ର ପୂର୍ବକ ଗିପ୍ଟରେ ବୋମା ଭର୍ତ୍ତି କରି ହତ୍ୟା କରାଯାଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରିନି।

Leave a Reply

Your email address will not be published. Required fields are marked *

Back to top button