ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ

ଭୁବନେଶ୍ଵର : ଠିକା ନିଯୁକ୍ତି ଉଚ୍ଛେଦ ହେଉ। ଏହି ଦାବିନେଇ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ରାଜଧାନୀ ଭୁବନେଶ୍ଵର ଲୋୟର ପିଏମଜିରେ। ଆନ୍ଦୋଳନ କରିଛନ୍ତି।

ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ କହିଛି ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରୁନାହିଁ। ତେଣୁ ଏହାର ପ୍ରତିବାଦରେ ସଂଘ ରାଜରାସ୍ତାକୁ ଓହ୍ଲାଇଛି। ଏହି ଆନ୍ଦୋଳନରେ ୨୦୧୬ରୁ ୨୦୨୨ ଯାଏଁ ହଜାର ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଯୋଗ ଦେଇଛନ୍ତି। ସରକାର ଦାବି ନଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *

Back to top button