Tue. Aug 20th, 2019

ମହିଳାଙ୍କୁ ପୋଲିସରେ ଭର୍ତ୍ତି ହେବା ପାଇଁ ଦେବାକୁ ପଡେ ସତୀତ୍ଵ ପରୀକ୍ଷା

ଯଦି କୌଣସି ଇଣ୍ଡୋନେସିଆର ମହିଳା ପୋଲିସରେ ଭର୍ତ୍ତି ​ହେବାକୁ ଚାହାନ୍ତି ତେବେ ତାଙ୍କ ପାଇଁ ଏହା ସହଜ ହୋଇନଥାଏ । ଏଠାରେ ମହିଳାଙ୍କୁ ପୋଲିସରେ ଭର୍ତ୍ତି ହେବା ପୂର୍ବରୁ ଉଚ୍ଚଶିକ୍ଷା ପୂରଣ କରିବା, ବିବାହ ନକରିବା ଓ ୧୭ରୁ ୨୨ ବର୍ଷର ହେବା ନିହାତି ଦରକାର। ଏହି ସବୁ ସର୍ତ୍ତପରେ ମହିଳାଙ୍କୁ ଭର୍ଜିନିଟି ଟେଷ୍ଟ ଦେବାକୁ ପଡିଥାଏ। ଟ୍ରୁ ଫିଗର ନାମକ ଏହି ଟେଷ୍ଟ ଦୁଷ୍କର୍ମ ପରେ ଝିଅମାନଙ୍କୁ କରାଯାଇଥାଏ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦେଶରେ ପୋଲିସରେ ଭର୍ତ୍ତି ହେଉଥିବା ମହିଳାଙ୍କୁ ସିଲେକସନ୍ କମିଟି ଆଗରେ ସୁନ୍ଦରତା ପ୍ରଦର୍ଶନ କରିବାକୁ ପଡିଥାଏ। ଏଠାର ମହିଳାମାନେ ଯେଉଁ କମିଟି ଚୟନ କରିଥାନ୍ତି ସେଥିରେ କେବଳ ପୁରୁଷମାନେ ହିଁ ରହିଥାନ୍ତି। ଏହି ପୁରୁଷମାନେ କେବଳ ସୁନ୍ଦର ମହିଳାଙ୍କୁ ଭର୍ତ୍ତି କରିଥାନ୍ତି। ଏହି ଦେଶରେ ପୋଲିସ ଫୋର୍ସର ଗଠନ ୧୯୪୬ରେ କରାଯାଇଥିଲା।

ଉଲ୍ଲେଖନୀୟ ଯେ, ଭାରତ ଏଭଳି କୌଣସି ପ୍ରକାର ଯାଞ୍ଚ ହେଉନଥିଲେ ମଧ୍ୟ ଇଣ୍ଡୋନେସିଆର ମହିଳା ପୋଲିସକର୍ମୀଙ୍କୁ ଏଭଳି ଟେଷ୍ଟ ଦେବାକୁ ପଡିଥାଏ। ଉଲ୍ଲେଖନୀୟ ଯେ, ଏଠାର ମହିଳାଙ୍କୁ ପୋଲିସ ହେବା ପାଇଁ ଅବିବାହିତ ହେବାକୁ ପଡିଥାଏ। ଏମନିଷ୍ଟ ଇଣ୍ଟରନ୍ୟାସନାଲ ଦ୍ବାରା ଏହି ଭର୍ଜିନିଟି ପରୀକ୍ଷଣକୁ ଅପମାନ ଜନକ ଓ ମାନବାଧିକାର ଉଲଂଘନ ଟେଷ୍ଟ ବୋଲି କୁହାଯାଉଛି, ଯାହାକି ବହୁ ଦେଶରେ ମଧ୍ୟ ନିଷିଧ ରହିଛି।

Leave a Reply

Your email address will not be published. Required fields are marked *