ପାକିସ୍ତାନୀ ପୁରୁଷ ଇଂଲଣ୍ଡରେ ମହିଳାଙ୍କ ସହ ଦୁଷ୍କର୍ମ କରୁଛନ୍ତି : ବ୍ରିଟେନ୍‌ ଗୃହମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ମହିଳା ଓ ଶିଶୁଙ୍କ ଉପରେ ବଢ଼ୁଥିବା ଦୁଷ୍କର୍ମ ପ୍ରସଙ୍ଗରେ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ କହିଛନ୍ତି ଇଂଲଣ୍ଡରେ ମହିଳାଙ୍କ ସହ ଦୁଷ୍କର୍ମ କରୁଛନ୍ତି ପାକିସ୍ତାନୀ ପୁରୁଷ। ଏହି ଗ୍ୟାଙ୍ଗରେ ସାମିଲ୍‌ ଥିବା ବ୍ରିଟିଶ୍‌ ପାକିସ୍ତାନୀମାନେ ଦୁଷ୍କର୍ମ ଓ ଅନ୍ୟ ନିର୍ଯାତନାରେ ମଧ୍ୟ ସମ୍ପୃକ୍ତ ରହିଥିବା ସେ ସୁଚାଇଛନ୍ତି।

ରବିବାର ବ୍ରେଭରମ୍ୟାନ୍‌ କହିଛନ୍ତି ଦୁଷ୍କର୍ମ ଓ ନିର୍ଯାତନା ମୁକାବିଲା ପାଇଁ ବ୍ୟାପକ ପରାମର୍ଶ ଯୋଜନା ଘୋଷଣା ଆରାଯାଇଛି। ଏ ସମ୍ପର୍କରେ ସୂଚନା ଦେବା ଅବସରରେ ବ୍ରେଭରମ୍ୟାନ୍ କହିଛନ୍ତି ଏକ ଅପରାଧୀ ପୁରୁଷଙ୍କ ସମୂହ ରହିଛି ଯିଏକି ଏଭଳି କାଣ୍ଡ ଘଟାଉଛି। ଯେଉଁଥିରେ ପ୍ରାୟ ସବୁ ବ୍ରିଟିଶ ପାକିସ୍ତାନ ଅଛନ୍ତି। ଖାଲି ସେତିକି ନୁହେଁ ଶିଶୁ ଓ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ଅପରାଧୀଙ୍କ ବିରୋଧ​ରେ କାର୍ଯ୍ୟାନୁଷ୍ଠାନକୁ ରୋକୁଥିବା ରାଜନୀତିକ ଚାପକୁ ମଧ୍ୟ ନିନ୍ଦା କରିଛନ୍ତି। ସେ କହିଛନ୍ତି ସାମାଜିକ ଡରରେ ଜାଣିଶୁଣି ଏହି ଘଟଣାରେ ଆଖିବୁଜି ରହିବା ଓ ନିଜ କାମ ନ କରିବା ଅପରାଧକୁ ପ୍ରସୟ ଦେବା। ଅଧିକାରୀମାନେ ଠିକ୍ ଭାବରେ କାମ କରିନାହାଁନ୍ତି ବୋଲି ସେ କହିଛନ୍ତି।

ନୂଆ ଆଇନ୍ ଅନୁଯାୟୀ ଶିଶୁ ଯୌନ ଶୋଷଣର ରିପୋର୍ଟ କରିବା ନାଗରିକଙ୍କ ପାଇଁ ଆଇନତଃ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ଵାରା ସ୍ପଷ୍ଟ କରାଯିବ ଦୁର୍ବଳ ସମୂହ ଓ ପିଲାଙ୍କ ସୁରକ୍ଷାରେ ଥିବା ତଥା କାମ କରୁଥିବା କେହିବି ବ୍ୟକ୍ତି ଯେପରି ଶିକ୍ଷକ ଏବଂ ସାମାଜିକ କର୍ମୀ ନିଷ୍କ୍ରିୟତାରୁ ବର୍ତ୍ତିପାରିବେ ନାହିଁ। ସେ କହିଛନ୍ତି ଆମେ ଯାହା ଦେଖୁଛୁ ଏବେ ତାହା ଏକ ଅଭ୍ୟାସ ହୋଇଯାଇଛି। ଯେଉଁଥିରେ ଦୁର୍ବଳ, ଗୋରୀ ଇଂରାଜୀ ଯୁବତୀଙ୍କୁ ବ୍ରିଟ୍ରିଶ ପାକିସ୍ତାନୀଙ୍କ ଗ୍ୟାଙ୍ଗ୍‌ ଦ୍ଵାରା ପିଛା କରାଯାଏ। ସେମାନେ ଦୁଷ୍କର୍ମର ଶିକାର ହୁଅନ୍ତି।

ବ୍ରେଭରମ୍ୟାନ କହିଛନ୍ତି ସଂସ୍ଥାନ ଓ ଦେଶର ଏଜେନ୍ସୀ, ସାମାଜିକ କର୍ମୀ, ଶିକ୍ଷକ, ପୋଲିସ୍‌ ସମସ୍ତେ ବର୍ଣ୍ଣବୈଷମ୍ୟ ଡରରେ ଅପରାଧକୁ ଦେଖି ଆଖି ବୁଜି ଦେଉଛନ୍ତି। ତେଣୁ ନିଆଯାଇଥିବା ପଦକ୍ଷେପର ସ୍ଵାଗତ କରାଯିବା ନେଇ ଆଶା ରଖିଛନ୍ତି। ତେବେ ଆଇନ୍‌ ଏବେ ପରାମର୍ଶ ଅଧୀନରେ ରହିଥିବାବେଳେ ବ୍ରେଭରମ୍ୟାନଙ୍କ ମନ୍ତବ୍ୟକୁ ନେଇ ବ୍ରିଟିଶ ପାକିସ୍ତାନୀଙ୍କୁ ଟାର୍ଗେଟ୍‌ କରାଯାଉଥିବା ସମାଲୋଚନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Back to top button