ଦୁର୍ନୀତି ପ୍ରସଙ୍ଗ : ‘କଂଗ୍ରେସ ଫାଇଲ୍ସ’ ଥ୍ରୀ ଭିଡିଓ ଜାରିକଲା ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ଆଦାନୀ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଏବେ ଚର୍ଚ୍ଚାରେ ରହିଛି ବିଜେପିର ‘କଂଗ୍ରେସ ଫାଇଲ୍ସ’। ୟୁପିଏ ସରକାର ସମୟରେ କଂଗ୍ରେସ କରିଥିବା ଦୁର୍ନିତୀ ଓ ଜାଲିଆତିର ଭିଡିଓ ଗୋଟିଏ ପରେ ଗୋଟିଏ ଜାରି କରୁଛି ବିଜେପି। ହେଲେ ଏହାର ଜବାବ ଦେବାପାଇଁ କଂଗ୍ରେସ ପକ୍ଷରୁ ‘ଜବାବ ଦୋ ପୋଷ୍ଟକାର୍ଡ’ ଅଭିଯାନ ଆରମ୍ଭ ହେବବୋଲି ଜଣାପଡିଛି।

ଦୁଇଟି ପରେ କଂଗ୍ରେସ ଫାଇଲ୍ସ ଥ୍ରୀ ଭିଡିଓ ଜାରି କରି ବିଜେପି କହିଛି ୨୦୧୨ ମସିହାରେ କୋଇଲା ଦୁର୍ନିତୀ କରି ନିଜ ହାତ କଳା କରିଛି କଂଗ୍ରେସ । କେବଳ କଂଗ୍ରେସ ନୁହେଁ ପୂରା ୟୁପିଏ ସରକାର ମଧ୍ୟ ଏହି କଳାକରାନାମା ପଛରେ ରହିିଥିଲେ । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଜନତାଙ୍କୁ ପ୍ରତିଶ୍ରୁତି କମ ଓ ଘୋଟାଲା ଅଧିକ କରିଥିଲେ। ସେହିପରି ୨୦୦୪ରୁ ୨୦୦୯ ମସିହା ଭିତରେ ୧୦୦ କମ୍ପାନୀକୁ କୋଇଲା ଆବଣ୍ଟନ କରିଥିଲା କଂଗ୍ରେସ । ଏହା ନିୟମ ବିରୋଧୀ ଥିବାରୁ ଦେଶର ୮୬ ହଜାର କୋଟି କ୍ଷତି ହୋଇଥିଲା । କୋଇଲା କମ୍ପାନୀଙ୍କ ସହ ମିଶି କଂଗ୍ରେସ ଯେଉଁ ଦୁର୍ନିତି କରିଥିଲା ତାହା ବିଶ୍ୱ ଦରବାରରେ ଦେଶର ଛବି ଖରାପ କରିଥିଲା

ସେହିପରି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗରେ ଅଭିଯୋଗ କରାଯାଇଛି ଏମ୍ ଏଫ୍ ହୁସେନଙ୍କ ପେଂଟିଂକୁ ପ୍ରିୟଙ୍କା ଗାନ୍ଧୀ ବିକ୍ରି କରିଥିଲେ । ୟେସ୍ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁର ଏହାକୁ ୨ କୋଟି ଟଙ୍କାରେ କିଣିଥିଲେ । ଏଥିରୁ ମିଳିଥିବା ଅର୍ଥକୁ ସୋନିଆ ଗାନ୍ଧୀଙ୍କ ଚିକିତ୍ସାରେ ଖର୍ଚ୍ଚ କରାଯାଇଥିଲା । ଏଫ୍ଏଟିଏଫ୍ ରିପୋର୍ଟକୁ ଆଧାର କରି ବିଜେପି କହିଛି ଏହି ରିପୋର୍ଟରେ ଏପର୍ଯ୍ୟନ୍ତ ଆତଙ୍କବାଦ ପାଣ୍ଠି ଚାଲାଣ କରୁଥିବା ପାକିସ୍ତାନ ଭଳି ଦେଶର କେସ୍ ଷ୍ଟଡି ହେଉଥିଲା । ଏବେ ଗାନ୍ଧୀ ପରିବାରର ଦୁର୍ନୀତିର କେସ୍ ଷ୍ଟଡି କରାଯାଉଛି । ଏଥିରେ ରାଣା କପୁର ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଦେଇଥିବା ବୟାନକୁ ସ୍ଥାନ ଦିଆଯାଇଛି । ରାଣା କପୁରଙ୍କୁ ପଦ୍ମଭୂଷଣ ଦେବା ପାଇଁ ଗାନ୍ଧୀ ପରିବାର ପକ୍ଷରୁ ଅହମ୍ମଦ ପଟେଲ କହିଥିବା ଅଭିଯୋଗ ହୋଇଛି । ପ୍ରଥମ ଭିଡିଓରେ କଂଗ୍ରେସର ଶାସନ କାଳରେ କିପରି ୪ ଲକ୍ଷ ୮୨ ହଜାର ୬୯ କୋଟି ଟଙ୍କାର ଦୁର୍ନୀତି ଓ ଜାଲିଆତି ହୋଇଥିଲା ତାହା ଦର୍ଶାଯାଇଛି।

ଦୁର୍ନିତୀକୁ ପ୍ରସଙ୍ଗକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଅଭିଯୋଗ ଓ ବୟାନବାଜୀ ଚାଲିଛି । ସେପଟେ ନିର୍ବାଚନୀ ଉଷ୍ମତା ଭିତରେ କଂଗ୍ରେସ ଫାଇଲ୍ସ ଜାରି କରି ବିଜେପି ଗୋଟେପଟେ ଭୋଟରଙ୍କ ଆସ୍ଥା ଜିତିବା ପାଇଁ ପ୍ରୟାସ କରୁଛି ଅନ୍ୟପଟେ ଭୋଟରଙ୍କ ନିକଟରେ କଂଗ୍ରେସ ଭାବମୂର୍ତି ଖରାପ କରି ନିଜ ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । କିନ୍ତୁ ଏହାର ଅସଲ ପ୍ରଭାବ ଭୋଟରଙ୍କ ଉପରେ ପଡିବ ତ ସେ ଚିତ୍ର ସ୍ପଷ୍ଟ ହେବ ଆଗାମୀ ନିର୍ବାଚନରେ ।

Leave a Reply

Your email address will not be published. Required fields are marked *

Back to top button