ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାଦୋଷର ଶିକାର

ନୂଆଦିଲ୍ଲୀ : ବିଶ୍ୱରେ ପ୍ରତି ଛଅ ଜଣଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାଦୋଷର ଶିକାର ହେଉଛନ୍ତି। ଏହି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଥିବା ନୂଆ ରିପୋର୍ଟ ଅନୁଯାୟୀ ଜନସଂଖ୍ୟାର ପ୍ରାୟ ୧୭.୫ ପ୍ରତିଶତ ବୟସ୍କ ବନ୍ଧ୍ୟାଦୋଷରେ ପୀଡିତ। ଲୋକଙ୍କୁ ଏଥିପାଇଁ ଶସ୍ତା ଓ ସଠିକ୍ ମାନର ଚିକିତ୍ସା ଆବଶ୍ୟକ ବୋଲି କୁହାଯାଇଛି।

ସେହିପରି ଅଧିକ ଆୟ କରୁଥିବା ଦେଶ ୧୭.୮ ପ୍ରତିଶତ ଏବଂ ମଧ୍ୟମ ଓ ନିମ୍ନ ଆୟଥିବା ଦେଶରେ ଏହି ହାର ରହିଛି ୧୬.୫ ପ୍ରତିଶତ। ତେବେ ବନ୍ଧ୍ୟାଦୋଷ କୌଣସି ଭେଦଭାବ କରୁନଥିବା ରିପୋର୍ଟ ଦର୍ଶାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ କହିଛନ୍ତି। ସେ କହିଛନ୍ତି ଏଥିରେ ପ୍ରଭାବିତ ଲୋକଙ୍କ ଡାଟା ପ୍ରଜନନ ଯତ୍ନର ଆବଶ୍ୟକତାକୁ ଦର୍ଶାଉଛି। ବନ୍ଧ୍ୟାଦୋଷର ଚିକିତ୍ସାକୁ ଏବେ ଅଣଦେଖା କରାଯାଇ ପାରିବ ନାହିଁ।

ବନ୍ଧ୍ୟାଦୋଷରୁ ସନ୍ତାନ ନହେବା ଏକ ରୋଗ ଅଟେ। ଏହା ଲୋକଙ୍କୁ ମାନସିକ ରୂପେ ପ୍ରଭାବିତ କରିଥାଏ । ଏହାର ନିରାକରଣ ଓ ଚିକିତ୍ସା ପାଇଁ ଥିବା ଆଇଭିଏଫ ପରି ପଦ୍ଧତି ଅଧିକ ମହଙ୍ଗା। କେବଳ ସେତିକି ନୁହେଁ ଏହା ସୀମିତ ଥିବା କାରଣରୁ ଅନେକ ଲୋକଙ୍କ ପାଇଁ ଅପହଞ୍ଚ ରହିଛି। ଯାହାଫଳରେ ପ୍ରଭାବିତ ଲୋକଙ୍କ ଚିକିତ୍ସା ଅନେକ ସମୟରେ ସମ୍ଭବ ହୋଇପାରୁନାହିଁ।

Leave a Reply

Your email address will not be published. Required fields are marked *

Back to top button