ହାଜତ ମୃତ୍ୟୁ ମାମଲା : ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

କଟକ : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ହାଜତ ମୃତ୍ୟୁ ମାମଲାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ଗୋଟିଏ ମାସ ମଧ୍ୟରେ ଏହି ରାଶି ପ୍ରଦାନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଖବର ଅନୁଯାୟୀ ୨୦୧୭ ଜାନୁଆରୀ ୩୦ରେ ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ଆକାଶ ମହୁରୀଆକୁ ଜୟପୁର ଟାଉନ ଥାନା ପୋଲିସ ଗାନ୍ଧୀ ଛକ କେନାଲ ରୋଡରେ ଅଟକାଇ ମାରପିଟ କରି ଥାନାକୁ ନେଇଥିଲା। ପରେ ଆକାଶର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାକୁ ପ୍ରଥମେ ଜୟପୁର ମେଡିକାଲ ଓ ପରେ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାର ଗୋଟିଏ ଦିନ ପରେ ଆକାଶର ହୋଇଥିଲା ମୃତ୍ୟୁ। ଆବେଦନକାରୀ ପ୍ରଦୀପ କୁମାର ମହୁରୀଆ ଓ ପତ୍ନୀ ପ୍ରବୀଣା ମହୁରିଆ ଅଭିଯୋଗ କରିଥିଲେ ପୁଅ ଆକାଶ ମହୁରିଆର ଜୟପୁର ଟାଉନ ଥାନା ହାଜତରେ ମୃତ୍ୟୁ ହୋଇଛି। ଏନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ତଦନ୍ତ ଶେଷ ହୋଇନଥିଲେ ମଧ୍ୟ ମେଡିକାଲ ରିପୋର୍ଟକୁ ଆଧାର କରି ଆକାଶଙ୍କ ମୃତ୍ୟୁ ପୋଲିସ ମାଡ଼ରେ ହୋଇଥିବା ଦର୍ଶାଇ କୋର୍ଟ କ୍ଷତିପୂରଣ ପ୍ରଦାନ କରିବାକୁ ରାୟ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button