ଫୋର୍ବସ ତାଲିକାରେ ମୁକେଶ ଅମ୍ବାନି ଏସିଆର ଧନୀ ନମ୍ବରୱାନ

ନୂଆଦିଲ୍ଲୀ : ପୁଣି ଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ମୁକେଶ ଅମ୍ବାନୀ। କିନ୍ତୁ ଏହି ତାଲିକାରେ ୨୭ ତମ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ।

ମଙ୍ଗଳବାର ପ୍ରକାଶିତ କୋଟିପତିଙ୍କ ତାଲିକାରେ ଫୋର୍ବସ ଦେଇଥିବା ସୂଚନା ଅନୁଯାୟୀ ୬୫ ବର୍ଷୀୟ ଅମ୍ବାନୀ ୮୩.୪ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ଆଉ ବିଶ୍ୱର ନବମ ଧନୀ ବ୍ୟକ୍ତି। ହେଲେ ଆଦାନୀଙ୍କ ସମ୍ପତ୍ତି ୪୩ ବିଲିୟନ ଡଲାର। ଅମ୍ବାନୀଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଧନୀ।

ଫୋର୍ବସ ରିୟଲ ଟାଇମ୍ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ଗତ ୨୪ ଘଣ୍ଟା ମଧ୍ୟରେ ୯୮୭୮ କୋଟି ଟଙ୍କାରୁ ଅଧିକ ହ୍ରାସ ପାଇଛି। ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ଯୋଗୁଁ ତାଙ୍କ ସମ୍ପତ୍ତି ୪୩.୧ ବିଲିୟନ ଡଲାରକୁ ଖସି ଆସିଛି। ହିଣ୍ଡନବର୍ଗ ରିପୋର୍ଟ ଆସିବା ପରଠାରୁ ସମ୍ପତ୍ତିରେ ହ୍ରାସ ଘଟିଛି।

ସେହିପରି ତଳିଆକାରେ ଦର୍ଶାଯାଇଛି ଶିବ ନାଦର ତୃତୀୟ ଭାରତୀୟ ଧନୀ। ସାଇରସ୍ ପୁନାୱାଲା ଦେଶର ଚତୁର୍ଥ ଧନୀ ହୋଇଥିବା ବେଳେ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲ ପଞ୍ଚମ, ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ ଷଷ୍ଠ, ସନ୍ ଫାର୍ମାର ଦିଲୀପ ସାଙ୍ଘଭି ସପ୍ତମ ଓ ଡିମାର୍ଟର ରାଧାକୃଷ୍ଣ ଦାମାନି ଅଷ୍ଟମ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button