ଲାଞ୍ଚୁଆ ଶିକ୍ଷାଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ଢେଙ୍କାନାଳ : ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଖବର ଅନ୍ୟଯାୟୀ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲ ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଶାନ୍ତୁନଙ୍କ ପାଖକୁ ବାରମ୍ବାର ଆସିଥିଲେ ମଧ୍ୟ ତାଙ୍କ କାମ ହେଉ ନଥିଲା। ସେଥିପାଇଁ ଶାନ୍ତୁନୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବାରୁ ଅଦ୍ୱୈତଙ୍କ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଟିମ୍‌ ଯୋଜନା ମୁତାବକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଛପିକି ରହିଥିଲେ। ଆଜି ସକାଳେ ଅଦ୍ୱୈତଙ୍କ ଠାରୁ ଲାଞ୍ଚ ଟଙ୍କା ନେବେଳେ ଶାନ୍ତନଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button