ସଚିନଙ୍କ ଅନଶନକୁ କଂଗ୍ରେସ କହିଲା ଦଳ ବିରୋଧୀ

ଜୟପୁର : ରାଜସ୍ଥାନ କଂଗ୍ରେସରେ ବିବାଦ ତୁଟୁନି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ସଚିନ ପାଇଲଟ୍‌ଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିଜେପି ଶାସନ କାଳରେ ଭ୍ରଷ୍ଟାଚାର ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି କଂଗ୍ରେସ ନେତା ସଚିନ ପାଇଲଟ୍‌ ଅନଶନ କରିଛନ୍ତି କରିଛନ୍ତି। ହେଲେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କଂଗ୍ରେସ କହିଛି।

ମଙ୍ଗଳବାର ସଚିନ ପାଇଲଟ ଭ୍ରଷ୍ଟାଚାର ସହ ଜଡ଼ିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଦିନିକିଆ ଉପବାସ ଅନଶନ କରିଛନ୍ତି। କିନ୍ତୁ ତାଙ୍କର ଏହି ପଦକ୍ଷେପ ଦଳର ସ୍ୱାର୍ଥ ବିରୋଧୀ ବୋଲି କଂଗ୍ରେସ କହିଛି। ଯଦି ସରକାରଙ୍କୁ ନେଇ ତାଙ୍କର କୌଣସି ସମସ୍ୟା ଥାଏ ତେବେ ସେ ଗଣମାଧ୍ୟମ ତଥା ଜନସାଧାରଣଙ୍କ ପରିବ‌ର୍ତ୍ତେ ପାର୍ଟି ଫୋରମରେ ଆଲୋଚନା କରିପାରିବେ ବୋଲି କୁହାଯାଇଛି। ଏକ ବିବୃତ୍ତିରେ ଏହା କହିଛନ୍ତି ରାଜସ୍ଥାନର କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱା।

ସେ କହିଛନ୍ତି ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଆସନକୁ ଆଖି ରଖିଥିବା ପାଇଲଟ୍‌ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ମଧ୍ୟରେ ଥିବା ବିବାଦ ସମାଧାନ କରିବାର ଏହା ହେଉଛି ଆମର ଶେଷ ପ୍ର‌ୟାସ। ମୁଁ ଗତ ପାଞ୍ଚମାସ ଧରି ଏଆଇସିସି ଦାୟିତ୍ଵରେ ଅଛି। ପାଇଲଟ ଜୀ ମୋ ସହ ଏହି ବିଷୟରେ କଦାପି ଆଲୋଚନା କରିନାହାଁନ୍ତି। ମୁଁ ତାଙ୍କ ସହ ଯୋଗାଯୋଗରେ ଅଛି। ଦଳ ପାଇଁ ସେ ଗୁରତ୍ଵପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଉଛି।’

Leave a Reply

Your email address will not be published. Required fields are marked *

Back to top button