Mon. Nov 18th, 2019

ଏନ୍‌କାଉଣ୍ଟର ପରେ ଚୋରା ମଦ ବେପାରର ଗୁମର ଖୋଲିଲା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ଦୁଇ ଦିନରେ ୪ଜଣଙ୍କୁ ଏନ୍‌କାଉଣ୍ଟର୍‌ କରିଛି। କିନ୍ତୁ ବଡ଼ଗଡ଼ ଏନ୍‌କାଉଣ୍ଟର୍‌ ପରେ ପଦାକୁ ଆସିଛି ନକଲି ମଦ କାରବାର ଲିଙ୍କ। ଭଡ଼ା ଘରେ ଏସବୁ ଚାଲୁଥିବା ପୋଲିସକୁ ସୁରାଗ ମିଳିଛି।

ଏନ୍‌କାଉଣ୍ଟରରେ ଆହତ ହୋଇଥିବା ସିପୁନ ଓ ହରି ଧଉଳି ଅଂଚଳରେ ବାପୁଜୀ ହାଇଟସ୍ ଆପାର୍ଟମେଂଟରେ ଘର ଭଡା ନେଇ ରହୁଥିଲେ। ସେଠାରେ ଚାଲିଥିଲା ନକଲି ମଦ ବେପାର। ପୋଲିସ ଚଢାଉ ବେଳେ ବହୁ ପରିମାଣରେ ନକଲି ମଦ, ବିଭିନ୍ନ ବ୍ରାଣ୍ଡର ବୋତଲ ଓ ଡୁପ୍ଲିକେଟ୍ ସ୍ପିରିଟ୍ ଜବତ କରାଯାଇଛି। ଏହାଛଡା ସରକାରୀ ଟ୍ୟାଗ୍‌କୁ ଡୁପ୍ଳିକେଟ୍ କରି ମଦ କାରବାର କରୁଥିଲେ ବୋଲି ଭୁବନେସ୍ଵର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *