Mon. Nov 18th, 2019

କଶ୍ମୀର ସ୍ଥିତିକୁ ନେଇ ଆଲୋଚନା କଲେ ଡୋଭାଲ୍‌-ଶାହା

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସ୍ଥିତିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ହୋଇଛି। ସଂସଦ ଭବନ ପରିସରରେ ବସିଥିବା ଏହି ବୈଠକରେ ଉଭୟ ଆଗାମୀ ରଣନୀତି ସମ୍ପର୍କରେ କିଛି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ଏଥିରେ ମୋଦୀ ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଘୋଷଣା ହୋଇପାରେ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନି। ତେବେଧାରା ୩୫-ଏ ଓ ୩୭୦ ଉଚ୍ଛେଦ ନେଇ କିଛି ଘୋଷଣା ହୋଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *