ଦିନକୁ କେତେ ପାଣି ପିଇବା ଆବଶ୍ୟକ

ଦିନକୁ କେତେ ପାଣି ପିଇଲେ ଜଣେ ସୁସ୍ଥ ରହିପାରିବ। ଅଧିକ ପିଇଲେ ଶରୀର ଉପରେ କ’ଣ ପଡିବ ପ୍ରଭାବ ଆସନ୍ତୁ ଜାଣିବା।

ସୁସ୍ଥ ରହିବାକୁ ହେଲେ ଜଣେ ବ୍ୟକ୍ତି ଦିନକୁ ୮ରୁ ୧୦ ଗ୍ଲାସ ଅର୍ଥାତ ୨ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ। ଚାଷ କରୁଥିବା ଓ ଜିମ୍ ଯାଉଥିବା ବ୍ୟକ୍ତି ଅଧିକ ପାଣି ପିଇବା ଉଚିତ।

କାମ ଅନୁସାରେ ଜଣେ ବ୍ୟକ୍ତିର ପାଣି ଆବଶ୍ୟକ ପଡ଼ିଥାଏ ଅଧିକ ଝାଳ ବାହାରୁଥିଲେ ୩ରୁ ସାଢେ ୩ ଲିଟର ପାଣି ପିଇ ପାରିବେ। ଅଫିସ୍ କିମ୍ବା ଘରେ ରହି କାମ କରୁଥିଲେ ୨ରୁ ଅଢେଇ ଲିଟର ପାଣି ଯଥେଷ୍ଟ ହେବ।

ଖାଦ୍ୟ ଖାଇ ସାରିବା ପରେ ପାଣି ପିଅନ୍ତୁ ନାହିଁ। ଏହାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍। କାରଣ
ଖାଦ୍ୟ ଠିକ୍ ଭାବେ ହଜମ ହେବା ପାଇଁ ପାଣିର ଆବଶ୍ୟକତା ନଥାଏ। ପାଣି ନୁହେଁ ପେଟରେ ଥିବା ଏସିଡ୍ ଦ୍ୱାରା ଖାଦ୍ୟ ହଜମ ହୋଇଥାଏ। ତେଣୁ ଖାଇସାରି ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୁଏ। ସେହିପରି ସଂଧ୍ୟା ପରେ ଅଧିକ ପାଣି ପିଇବା ଅନୁଚିତ। ତେଣୁ ରାତିରେ ଶୋଇବା ପରେ ଉଠି ଅଧିକ ପାଣି ପିଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *

Back to top button