Mon. Nov 18th, 2019

୧୦ରେ ସିଡବ୍ଲ୍ୟୁସି ବୈଠକ, ହୋଇପାରେ ନୂଆ ଅଧ୍ୟକ୍ଷ ନେଇ ନିଷ୍ପତ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ କିଏ ସମ୍ଭାଳିବ ଏହି ଦାୟିତ୍ଵ। ଏହାକୁ ନେଇ ଚର୍ଚା ଚାଲିଛି। ଆସନ୍ତା ୧୦ ତାରିଖରେ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂଆ ଅଧ୍ୟକ୍ଷ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ଥିବା କୁହାଯାଉଛି।

ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବା ପାଇଁ ଜୋରଦାର ଦାବି ହେଉଥିଲେ ହେଁ ସେ ନିଜକୁ ଦୂରେଇ ରଖିଥିଲେ। ଏବେ ଖବର ମିଳୁଛି ପ୍ରିୟଙ୍କା ଅଧ୍ୟକ୍ଷ ପାଇଁ ବିକଳ୍ପ ନୁହନ୍ତି ବୋଲି ଦଳର ବିରିଷ୍ଠ ନେତାଙ୍କୁ ସ୍ପଷ୍ଟ କରି ସାରିଛନ୍ତି। ସେହିପରି ରାହୁଲ ଗାନ୍ଧୀ କୋର କମିଟିକୁ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାରରୁ ହେବେ ନାହିଁ। ଏବେ କଂଗ୍ରେସର ପରବର୍ତ୍ତି ଅଧ୍ୟକ୍ଷ କିଏ ତାହା ହୁଏତ ସିଡବ୍ଲ୍ୟୁସି ବୈଠକ ଜଣାପଡିବ।

Leave a Reply

Your email address will not be published. Required fields are marked *