୨୦୨୩ ସୂର୍ଯ୍ୟପରାଗ ୪ ରାଶି ଉପରେ ରହିବ ପ୍ରଭାବ
ଚଳିତ ବର୍ଷର ସୂର୍ଯ୍ୟ ପରାଗ ଏପ୍ରିଲ୍ ୨୦ ତାରିଖ ଅର୍ଥାତ ବୈଶାଖ ଅମାବାସ୍ୟା ଦିନ ପଡ଼ୁଛି। ମେଷ ରାଶି ଓ ଅଶ୍ୱିନୀ ନକ୍ଷତ୍ରରେ ପରାଗ ଲାଗୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ମେଷ ରାଶି ଉପରେ ସବୁଠୁ ଅଧିକ ପ୍ରଭାବ ପଡ଼ିବ।
ଏବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ୍ ୨୦ ତାରିଖ ସକାଳ ୦୭:୦୪ରେ ଆରମ୍ଭ ହୋଇ ଦ୍ୱିପ୍ରହର ୧୨:୨୯ରେ ଶେଷହେବ। ୫ ଘଣ୍ଟା ୨୪ ମିନିଟ୍ ପର୍ଯ୍ୟନ୍ତ ପରାଗର ସମୟ ଅବଧି ରହିଥିଲେ ହେଁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ।
ସେହିପରି ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟପରାଗ ୨୦୨୩ ଅକ୍ଟୋବର ୧୪ରେ ଲାଗିବ। ଏହା ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା ଦକ୍ଷିଣ ଗୋଲାର୍ଦ୍ଧରେ ଦେଖାଯିବ। ଚଳିତବର୍ଷ କୌଣସି ସୂର୍ଯ୍ୟ ପରାଗ ଭାରତକୁ ଦୃଶ୍ୟମାନ ହେବ ନାହିଁ।
ପ୍ରଥମ ସୂର୍ଯ୍ୟ ପରାଗର ପ୍ରଭାବ ମେଷ, କର୍କଟ, ତୁଳା ଓ ମକର ରାଶି ଉପରେ ପଡ଼ିପାରେ। କିନ୍ତୁ ବୃଷ, ମିଥୁନ, ଧନୁ ଓ ମୀନ ରାଶି ପାଇଁ ବହୁତ ଶୁଭ ହେବ। ଏହାଛଡା ସିଂହ, କନ୍ୟା, ବିଛା ଓ ମକର ରାଶି ଉପରେ ରହିବ ସୂର୍ଯ୍ୟ ପରାଗର ପ୍ରଭାବ।
ମେଷ : ପ୍ରଥମ ସୂର୍ଯ୍ୟ ପରାଗ ମେଷ ରାଶିରେ ଲାଗୁଥିବାରୁ ଏହି ରାଶିର ବ୍ୟକ୍ତିମାନେ ବହୁତ ଅସୁବିଧାର ସାମ୍ନା କରିପାରନ୍ତି। ସେଥିପାଇଁ ଅଧିକ ସତର୍କ ରହିବା ଆବଶ୍ୟକ। ଆପଣ ମାନସିକ ଓ ଶାରୀରିକ ପୀଡ଼ାର ସାମ୍ନା କରିପାରନ୍ତି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା ଏବଂ ଚାକିରି ଓ ବ୍ୟବସାୟରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି।
ସିଂହ : ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଦେବ। ତେଣୁ ପ୍ରଥମ ସୂର୍ଯ୍ୟପରାଗ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଅନୁକୂଳ ହେବନାହିଁ। ଆପଣଙ୍କ ଚାଲିଥିବା କାମ ଅଟକିଯାଇପାରେ। ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ତେଣୁ ଧୈର୍ଯ୍ୟ ବଜାୟ ରଖନ୍ତୁ।
କନ୍ୟା : ଚଳିତ ବର୍ଷର ସୂର୍ଯ୍ୟପରାଗ କନ୍ୟା ରାଶି ଉପରେ ୮୦ ପ୍ରତିଶତ ପ୍ରଭାବ ପକାଇବ। ଏଥିପାଇଁ ମାନସିକ ଚିନ୍ତା ବଢ଼ିବା ସହିତ ନୈରାଶ୍ୟଭାବ ଦେଖାଦେବ। ଏହାଛଡା ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ଅସଫଳତା ମିଳିବାର ସମ୍ଭାବନା ରହିଛି। ତେଣୁ ଧୈର୍ଯ୍ୟର ସହିତ କାମ କରିବା ଉଚିତ।