ବ୍ଲାକମେଲର ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ

କଟକ : ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲାରେ ତାଙ୍କୁ ଏହି ଜାମିନ ମିଳିଛି।

ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିବା ସହିତ ତଦନ୍ତରେ ସହଯୋଗ କରିବା, ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅର୍ଚ୍ଚନାଙ୍କ ନାଁରେ ଏକାଧିକ ମାମଲା ଥିବାରୁ ସେ ଏବେ ଜେଲରୁ ବାହାରି ପାରିବେନି। କାରଣ ଅର୍ଚ୍ଚନାଙ୍କ ବିରୋଧରେ ଆହୁରି ଦୁଇଟି ମାମଲା ରହିଛି। ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି କରିଥିବା ଏତଲା ଅନୁଯାୟୀ ଖଣ୍ଡଗିରି ଥାନାରେ ମାମଲା ହୋଇଥିବା ବେଳେ ଇଡି କରୁଥିବା ତଦନ୍ତ କୋର୍ଟରେ ବିଚାରାଧୀନ ରହିଛି।

ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ଘରୁ ପୋଲିସ ଜବତ କରିଥିବା ପେନଡ୍ରାଇଭ, ଲାପଟପ ଓ ଟାବଲଏଡକୁ ଏସଏଫଏସଲକୁ ପଠାଯାଇଥିଲା। ରାଜ୍ୟ ଫରେନସିକ ଲାବେରୀଟୋରୀରୁ ଅର୍ଚ୍ଚନାଙ୍କ ଡିଜିଟଲ ଗେଜେଟ ମିଳିଲାନି। ଇଡି ଏ ନେଇ ଚିଠି ଲେଖିବା ସହିତ ସିଏଫଏସଏଲକୁ ଗେଜେଟ ହସ୍ତାନ୍ତର ପାଇଁ ନିବେଦନ କରିଥିଲା। ତେଣୁ ଜବତ ସାମଗ୍ରୀ ଏସଡିଜେଏମ କୋର୍ଟରେ ଦାଖଲ କରିବା ପାଇଁ ପିଏମଏଲଏ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button