Fri. Nov 15th, 2019

କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇ ନଗରପାଳିକା ଦେଲେ ଜରିମାନା

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପାଙ୍କୁ ଉପହାର ଦେଇ ବେଙ୍ଗାଲୁରୁ ନଗରପାଳିକା ୫୦୦ଟଙ୍କା ଜରିମାନା ଦେଇଛନ୍ତି। ପ୍ଲାଷ୍ଟିକ୍‌ରେ ଉପହାର ଗୁଡା ହୋଇଥିବାରୁ ତାଙ୍କୁ ଏହି ତଣ୍ଡ ଗଣିବାକୁ ପଡିଛି।

ସୂଚନାଯୋଗ୍ୟ ଯେ ୨୦୧୬ରେ ବେଙ୍ଗାଲୁରୁରେ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଥିଲା। ପ୍ରତିବନ୍ଧକ ତାଲିକାରେ ରହିଛି ପ୍ଲାଷ୍ଟିକ କଭର, କପ୍‌, ଚାମଚ, ପ୍ଲେଟ, ପତକା, ବ୍ୟାନର, ଫ୍ଲେକ୍ସ ଓ ଥର୍ମୋକୋଲରୁ ପ୍ରସ୍ତୁତ ସମାଗ୍ରୀ। ବେଙ୍ଗାଲୁରୁରୁ ପ୍ରତିମାସରେ ଉଠାଯାଉଥିବା ୪,୦୦୦ଟନ୍‌ ଅଳିଆ ମଧ୍ୟରୁ ୨୦ ପ୍ରତିଶତ ପ୍ଲାଷ୍ଟିକ୍‌ ରହିଛି। ତେଣୁ ନିୟମ ଆଧାରରେ ନଗରପାଳିକାଙ୍କ ଉପରେ ଜରିମାନା ଲଗାଯାଇଥିଲା। ଯାହାକୁ ନଗରପାଳିକା ଗଙ୍ଗାମ୍ବ୍ରିକ ମଲ୍ଲିକାର୍ଜୁନ ପୈଠ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *