ଚୀନ-ପାକିସ୍ତାନକୁ ନେଇ ଭାରତକୁ ସତର୍କ କରାଇଲେ ୟୁକ୍ରେନ ଉପ-ବିଦେଶମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନର କ୍ରିମିଆକୁ ରୁଷ ଅଧିକାର କରିବା ଘଟଣାରୁ ଭାରତ ଶିକ୍ଷା କରିବା ସହିତ ଏ ଦୁଇଦେଶ ଠାରୁ ସତର୍କ ରହିବା ଉଚିତ। ଏହା କହିଛନ୍ତି ଭାରତ ଆସିଥିବା ୟୁକ୍ରେନର ଉପବୈଦେଶିକ ମନ୍ତ୍ରୀ ଏମିନ୍ ଝାପାରୋଭା।

ଯୁଦ୍ଧ ପରେ ଏମିନ୍ ଝାପାରୋଭାଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ୪ ଦିନିଆ ଗସ୍ତରେ ଆସିଥିବା ଝାପାରୋଭା କହିଛନ୍ତି ଭାରତ ଏପରି ଲୋକଙ୍କୁ ଚିହ୍ନିବା ଉଚିତ। ଯେଉଁମାନେ ସେମାନଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ଯେକୌଣସି ସୀମାକୁ ଯାଇପାରିବେ।

ସେ କହିଛନ୍ତି ମୁଁ ଏକ ବାର୍ତ୍ତା ନେଇ ଭାରତ ଆସିଛି। ୟୁକ୍ରେନ୍ ପ୍ରକୃତରେ ଭାରତକୁ ନିକଟତର କରିବାକୁ ଚାହୁଁଛି। ହଁ… ଆମ ମଧ୍ୟରେ ଏକ ଇତିହାସ ରହିଛି। ତଥାପି ଆମେ ଭାରତ ସହ ଏକ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଛୁ। ସେହି ଦୃଷ୍ଟିରୁ କ୍ରିମିଆ ଘଟଣା ଭାରତ ପାଇଁ ଏକ ଶିକ୍ଷା। ଯେତେବେଳେ କେହି ଆପଣଙ୍କୁ କରୁଥିବା ଦମନ କିମ୍ବା ଅତ୍ୟାଚାର ବନ୍ଦ କରା ନଯାଏ ଏହା ଆହୁରି ବଢିଯାଏ।

ରୁଷରୁ ଭାରତ ତେଲ କିଣିବା ସମ୍ପର୍କରେ ସେ କହିଛନ୍ତି ୟୁକ୍ରେନ୍ ଅନ୍ୟ ଦେଶ ସହ ଅର୍ଥନୈତିକ ସମ୍ପର୍କ ଉପରେ ଭାରତକୁ ନିର୍ଦ୍ଦେଶ ଦେବା ସ୍ଥିତିରେ ନାହିଁ। ଆମେ ଅନୁଭବ କରୁଛୁ ଶକ୍ତି ସହିତ ସାମରିକ ଓ ରାଜନୈତିକ ସମ୍ପର୍କରେ ବିବିଧତା ଆଣିବାରେ ଭାରତ ବ୍ୟବହାରିକ ହେବା ଉଚିତ।

Leave a Reply

Your email address will not be published. Required fields are marked *

Back to top button