Fri. Nov 15th, 2019

ଅଶ୍ଳୀଳ ଭିଡିଓ ପ୍ରାୟୋଜିତ ଷଡଯନ୍ତ୍ର, କାର୍ଯ୍ୟାନୁଷ୍ଠାନ ଦାବିକଲେ ବିଜେପି ନେତ୍ରୀ

ନୂଆଦିଲ୍ଲୀ : ହିମାଚଳପ୍ରଦେଶର କୁଲୁ ଜିଲ୍ଲାର ଜଣେ ବିଜେପି ନେତ୍ରୀଙ୍କ ଫଟୋକୁ ଏକ ଅଶ୍ଳୀଳ ଭିଡିଓ ସହ ଯୋଡି ଭାଇରାଲ କରାଯାଉଛି। ଭୁନ୍ତର ଥାନାରେ ବିଜେପି ନେତ୍ରୀ ଜଣଙ୍କ ଏହି ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ବିଜେପି ନେତ୍ରୀ ​‌ଇ-ମେଲ ମାଧ୍ୟରେ ଥାନାରେ ଅଭିଯୋଗ କରିଛନ୍ତି ଯେ ଜଣେ ଅଜଣା ମହିଳାଙ୍କ ଅଶ୍ଳୀଳ ଭିଡିଓ ସହ ତାଙ୍କ ଫଟୋକୁ ଏଡିଟିଙ୍ଗ କରାଯାଇ ହ୍ବାର୍ଟସପ୍‌ ଓ ଫେସବୁକରେ ଭାଇରାଲ କରାଉଛି। ତାଙ୍କୁ ବଦନାମ କରିବା ପାଇଁ କିଏ ଏଭଳି ପ୍ରାୟୋଜିତ ଷଡଯନ୍ତ୍ର କରୁଛି। ତେଣୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *