ଋଷକୁ ଇଜିପ୍ଟ ପଠାଇବ ୪୦ ହଜାର ରକେଟ

ନୂଆଦିଲ୍ଲୀ : ଋଷକୁ ୪୦ ହଜାର ରକେଟ ସହିତ ଗୁଳାବାରୁଦ ଓ ଅସ୍ତ୍ରଶସ୍ତ୍ର ପଠାଇବା ଇଜିପ୍ଟ। ଆମେରିକା ଗୁଇନ୍ଦା ରିପୋର୍ଟରୁ ଏହି ସୂଚନା ମିଳିଛି। ଏନେଇ ଇଜିପ୍ଟ ରାଷ୍ଟ୍ରପତି ଆବଡେଲ ଫତାହ ଇଆ-ସିସି ଦେଶର ଟପ୍ ମିଲିଟାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ୱାସିଙ୍ଗ୍ଟନ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ ଇଜିପ୍ଟ ଏସବୁ ରକେଟ୍ ଋଷ ପଠାଇବ। ଯାହା ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରେ ଏହାକୁ ବ୍ୟବହାର କରିବ। ଯଦି ଏଭଳି ହୁଏ ତେବେ ଆମେରିକା ସହିତ ଇଜିପ୍ଟର ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ରହିଛି। ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକା ସମ୍ପର୍କ ମଧ୍ୟ ପ୍ରଭାବିତ ହେବ। କୌଣସି ଦେଶ ଋଷକୁ ଖୋଲୋଖୋଲି ସାମରିକ ସହାୟତା ଦେଉନଥିବାରେ ଇଜିପ୍ଟ ପ୍ରଥମ ରାଷ୍ଟ ଭାବେ ଋଷରୁ ମିଲିଟାରୀ ସହାୟତା କରିବ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ନଭେମ୍ବରରେ ଇଜିପ୍ଟ ଗସ୍ତକରି ରାଷ୍ଟ୍ରପତି ଇଆଇ-ସିସିଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ଏସବୁ ପରେ ଇଜିପ୍ଟ ଋଷକୁ ସହାୟତା କରିବାକୁ ନିଷ୍ପତି ନେଇଛି। ବିପଦ ସମୟରେ ପୂର୍ବରୁ ଇଜିପ୍ଟକୁ ଋଷ ସହାୟତା କରିଥିଲା। ଯୁଦ୍ଧ ଓ କୋଭିଡ ମହାମାରୀ ସମୟରେ ଇଜିପ୍ଟରେ ଦେଖାଦେଇଥିଲା ଖାଦ୍ୟ ସଙ୍କଟ। ଋଷ ପଠାଇଥିଲା ଗହମ। ସେଥିପାଇଁ ଋଷକୁ ସହାୟତା କରିବାକୁ ନିଷ୍ପତ୍ତି ନେଇଥିବା ଇଜିପ୍ଟ ମିଲିଟାରି ପ୍ରଡକ୍ସନର ଷ୍ଟେଟ୍ ମିନିଷ୍ଟର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button