ମିଆଁମାର : ସରକାର ବିରୋଧୀଙ୍କ ଉପରେ ଏୟାରଷ୍ଟ୍ରାଇକ୍, ଅନେକ ମୃତାହତ

ନୂଆଦିଲ୍ଲୀ : ମିଆଁମାରରେ ସେନାର ବର୍ବରକାଣ୍ଡ। ସରକାର ବିରୋଧୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ ଯୋଗୁ ପ୍ରାୟ ଶହେ ଜଣଙ୍କର ମୃତ୍ୟୁ ହୋଇଛି। ଏ ମଧ୍ୟରେ ରହିଛନ୍ତି ଅନେକ ମହିଳା ଓ ଶିଶୁ।

ଖବର ଅନୁଯାୟୀ କାଣ୍ଟ ବାଲୁ ଟାଉନସିପରେ ସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ପ୍ରଥମେ ବୋମା ମାଡ଼ କରାଯାଇଥିଲା। ଏହାପରେ ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା ଗୁଳିଗୋଳା ମାଡ। ଆକ୍ରମଣ ପୂର୍ବରୁ ଟାର୍ଗେଟ୍ ସ୍ଥାନରେ ଏକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଥିଲା। ଏଥିରେ ଅନେକ ଲୋକ ସାମିଲ ହୋଇଥିଲେ। କେହି କିଛି ଭାବିବା ପୂର୍ବରୁ ହୋଇଥିଲା ଏୟାରଷ୍ଟ୍ରାଇକ୍। ସେନା ହେଲିକପ୍ଟର ସେଠାରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଲୋକେ ସୁରକ୍ଷିତ ସ୍ଥାନକୁ ଲୁଚିବା ପାଇଁ ଧାଇଁଥିଲେ ହେଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button