Tue. Aug 20th, 2019

ଏ ସବୁ କଥା ଅନ୍ୟ କାହାକୁ କୁହନ୍ତୁ ନାହିଁ

ଜୀବନରେ ଝଡ଼ ଝଞ୍ଜା ଏବଂ ଘାତ ପ୍ରତିଘାତରୁ ମୁକୁଳିବା ନିମନ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରନ୍ତୁ। ଆଉ ଦେଖନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହା କିପରି ଉପଯୋଗୀ ହେଉଛି। ଚାଣକ୍ୟଙ୍କ ପରାମର୍ଶ ହେଲା ଯେତେ ଘନିଷ୍ଠ ହେଲେ ମଧ୍ୟ ଟାଙ୍କୁ ସବୁ ଗୋପନ କଥା କହିବା ଉଚିତ ନୁହେଁ। ପାରିବାରିକ ଜୀବନରେ ଶାନ୍ତି ଏବଂ ଜୀବନରେ ସଫଳ ହେବାକୁ ଚାହୁଁଥିଲେ ବହୁତ କଥା ନିଜ ମଧ୍ୟରେ ସୀମିତ ରଖିବା ଆବଶ୍ୟକ। ତେବେ ଜାଣନ୍ତୁ ସେ ସମ୍ପର୍କରେ…..

ରହସ୍ୟ– ପ୍ରତେକ ବ୍ୟକ୍ତିର କିଛି ନା କିଛି ରହସ୍ୟ ରହିଥାଏ। ଏହି ରହସ୍ୟ ହିଁ ଜଣେ ବ୍ୟକ୍ତିର ଦୁର୍ବଳତା ହୋଇଥାଏ। ଆପଣଙ୍କର ଯେତେ ଘନିଷ୍ଠ ବନ୍ଧୁ କିମ୍ବା ପତ୍ନୀ ହୁଅନ୍ତୁ ନା କାହିଁକି ଏ ରହସ୍ୟ କାହାକୁ କୁହନ୍ତୁ ନାହିଁ।

ପତ୍ନୀଙ୍କ ଖରାପ୍‌ ବ୍ୟବହାର ଆପଣ ଭୁଲ୍‌ରେ ସାଙ୍ଗସାଥୀ କିମ୍ବା ପ୍ରିୟଜନଙ୍କୁ ପତ୍ନୀଙ୍କ ଖରାପ୍‌ ବ୍ୟବହାର ସମ୍ପର୍କରେ କୁହନ୍ତୁ ନାହିଁ।

ଇଜ୍ଜତ ଆପଣ କେଉଁଠି ନା କେଉଁଠି ଇଜ୍ଜତ ତଳେ ପଡ଼ିଥିବା କଥା କାହାକୁ କୁହନ୍ତୁନି। ଏହା କରିବା ଦ୍ୱାରା ଅନ୍ୟମାନଙ୍କ ଆଗରେ ଆପଣ ଇଜ୍ଜତ ତଳେ ପକାଇବା ଭଳି କାମ କରନ୍ତି।

ଗାଳି ମନୁଷ୍ୟ ଅନ୍ୟ ବ୍ୟକ୍ତିଙ୍କଠାରୁ ଶୁଣିଥିବା ଗାଳି ଏବଂ ଉପଦେଶ କାହାକୁ କହିବା ଉଚିତ୍‌ ନୁହେଁ। ଏହା ଅନ୍ୟ ବ୍ୟକ୍ତିଙ୍କୁ କହିବା ଅର୍ଥ ଆପଣ ସେହି ବ୍ୟକ୍ତିଙ୍କର ଅପମାନ କରୁଛନ୍ତି ବୋଲି ଚାଣକ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *