ସୀମାରେ ହଜାରେ ଘର ନିର୍ମାଣ କରିଛି ଚୀନ୍

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଆଲୋଚନା ଜାରି ରହିଥିଲେ ହେଁ ଏହା ମୂଲ୍ୟହୀନ ସାବ୍ୟସ୍ତ ହୋଇଛି। ଡ୍ରାଗନ ଏପର୍ଯ୍ୟନ୍ତ ସୁଧୁରିନି। ଭାରତ ଉପରେ ରଖିଛି ନଜର। ଏହା ସୂଚାଉଛି ଡୋକଲାମ୍ ନିକଟରେ ନିର୍ମିତ ପ୍ରାୟ ୧ ହଜାର ଘର। ଭୂଟାନର ଆମୋ ଚୁ ନଦୀ ଉପତ୍ୟକାରେ ସୈନିକଙ୍କ ପାଇଁ ଏହି ଘର ନିର୍ମାଣ କରାଯାଇଛି। ଯାହା ଭାରତୀୟ ସେନା ପାଇଁ ହୋଇଛି ଚିନ୍ତାର କାରଣ।

ଖବର ହେଲା ଏହି ଉପତ୍ୟକା ଭାରତ-ଚୀନ୍-ଭୂଟାନର ତ୍ରୀକୋଣୀୟ ଅଞ୍ଚଳ। ଯେଉଁଠାରେ ଭାରତର ସିଲିଗୁଡ଼ି କରିଡ଼ର ଚୀନର ପିଏଲଏ ସହ ଏକ ସରଳ ରେଖାରେ ରହିଛି। ୨୦୧୭ରେ ଚୀନ ଓ ଭାରତୀୟ ସେନା ଏହିଠାରେ ମୁହାଁମୁହିଁ ହୋଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ପିଏଲଏ ପାଇଁ ସ୍ଥାୟୀ ଚୀନ ବାସଭବନ ନିର୍ମାଣ କରିଛି। ଏଥିସହା କିଛି ଅସ୍ଥାୟୀ ବାସଭବନ ଓ ଯାଗାଯୋଗ ପାଇଁ ଟାୱାର ପ୍ରତିଷ୍ଠା କରାଯାଇଛି। ଏପରି ଘର ତିଆରି ପଛରେ ଚୀନର କିଛି ବଡ଼ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି।

୨୦୧୭ରେ ଯେଉଁ ଅଞ୍ଚଳରେ ଭାରତୀୟ ସେନାଠାରୁ ଚୀନ ସୈନିକମାନେ କଡ଼ ଜବାବ ପାଇଥିଲେ ସେହି ସ୍ଥାନକୁ ପ୍ରବେଶ ଲାଗି ଚୀନ ଏଭଳି ପ୍ରୟାସ କରିଛି। ଭାରତୀୟ ସେନାର ସୁରକ୍ଷାକୁ ଏଡାଇ ଡୋକଲାମର ପଶ୍ଚିମ ପଟେ ଏହାକୁ ନିର୍ମାଣ କରି ନିଜ ନୟନ୍ତ୍ରଣରେ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button