Tue. Oct 15th, 2019

ଦରିଦ୍ର ହେବାର ସଙ୍କେତ କଣ ?

ଘରେ ବେଳେବେଳେ ହଠାତ ବହୁତ ଝିଟିପିଟି ଏକାଠି ଦେଖିବାକୁ ମିଳନ୍ତି । ଏହା ଅଶୁଭ ସଙ୍କେତ । ଏପରି ହେଲେ ଘରର ସଦସ୍ୟ ହଠାତ କିଛି ସମସ୍ୟା ନେଇ ଚିନ୍ତିତ ରହିବେ ବୋଲି ସଙ୍କେତ ମିଳିଥାଏ । ଏହା ସହ ଗୃହରେ ଅର୍ଥାଭାବର ମଧ୍ୟ ଏହା ପୂର୍ବଭାଷ ।
ବେଳେବେଳେ କିଛି ଲୋକଙ୍କ ନିଦ କମ୍ ହୋଇଥାଏଏପରିକି ଶୋଇବା ବେଳେ ବାରମ୍ବାର ଟଏଲଟ ଲାଗିଥାଏ । ଏପରି ହେବା ଅଶୁଭ ଲକ୍ଷଣ । ଏପରି ହେବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତିଷ୍ଠା ଓ ଧନହାନିର ସଙ୍କେତ ମିଳିଥାଏ ।

ବେଳେବେଳେ କିଛି ବ୍ୟକ୍ତିଙ୍କ ଗହଣା ହଜି ଯାଇଥାଏ । ଶାସ୍ତ୍ରରେ ଗହଣା ହଜିଯିବା ଅଶୁଭ ବୋଲି କୁହାଯାଇଥାଏ । ଗହଣା ହଜିଯିବା ଦ୍ୱାରା ଧନ ମାନ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ ବୋଲି ଭାବି ନିଅନ୍ତୁ ।

ଘରେ ପାଳିଥିବା କୌଣସି ପ୍ରାଣୀର ମୃତ୍ୟୁ ହୋଇଗଲେ ତାହା ଅଶୁଭ ସଙ୍କେତ ହୋଇଥାଏ । ଏପରି ହେବା ଦ୍ୱାରା ଘରର ମୁଖ୍ୟ ଭବିଷ୍ୟତରେ ଦରିଦ୍ର ହେବାର ସଙ୍କେତ ମିଳିଥାଏ ।

Leave a Reply

Your email address will not be published. Required fields are marked *