ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ : ଉତ୍ତର କୋରିଆ ଆଜି ଦୁଇଟି ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ସେଥିପାଇଁ ଉତ୍ତରାଞ୍ଚଳ ‌ହୋକ୍କାଇଡ଼ୋ ଅଞ୍ଚଳର ବାସିନ୍ଦାମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବାକୁ ସତର୍କ କରାଇଛନ୍ତି ଜାପାନୀ ସରକାର।

ୟୋନ୍‌ହାପ୍‌ ନିଉଜ୍‌ ଏଜେନ୍‌ସି ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆ ସେନା କହିଛି ଜାପାନର ପୂର୍ବ ସାଗର ଆଡ଼କୁ ଉତ୍ତର ‌କୋରିଆ ଦୁଇଟି ‌କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ସେହିପରି ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ କହିଛନ୍ତି ସ୍ଥାନୀୟ ସମୟ ସକାଳ ପ୍ରାୟ ୭.୨୩ରେ ପିୟୋଙ୍ଗ୍‌ୟାଙ୍ଗ୍‌ ନିକଟରୁ ଉତ୍ତର କୋରିଆ ଗୋଟିଏ ମଧ୍ୟମ କିମ୍ବା ତା’ଠାରୁ ଅଧିକ ରେଞ୍ଜ୍‌ର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର କୋରୀୟ ଉପଦ୍ଵୀପର ପୂର୍ବତଟବର୍ତ୍ତୀ ଜଳରାଶି ଆଡ଼କୁ ନିକ୍ଷେପ କରିଛି।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହାମାଦା କହିଛନ୍ତି କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ସବୁଠୁ ଦୀର୍ଘ ରେଞ୍ଜ୍‌ର ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ଶ୍ରେଣୀର ହୋଇପାରେ। ଏହି କ୍ଷେପଣାସ୍ତ୍ରଟି ଜାପାନର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ରେ ପଡ଼ିଛି। ଯାହାର ବିଶ୍ଳେଷଣ କରୁଛନ୍ତି ଜାପାନୀ କର୍ତ୍ତୃପକ୍ଷ।

Leave a Reply

Your email address will not be published. Required fields are marked *

Back to top button