Tue. Aug 20th, 2019

ଝିଟିପିଟି ପଡିବାର ଶୁଭ ଅଶୁଭ

ସାଧାରଣତ ଝିଟିପିଟି ସମସ୍ତଙ୍କ ଘରେ ଦେଖିବାକୁ ମିଳେ। କିନ୍ତୁ ଏହି ଜୀବଟି କେତେବେଳେ କେମିତି ମଣିଷଙ୍କ ଉପରେ ଖସି ପଡିବା ଦେଖାଯାଏ। ଏହାକୁ ନେଇ ଶୁଭ ଅଶୁଭର ସଂକେତ ବିବେଚନା କରାଯାଇଛି। ଆସନ୍ତୁ ଆମେ ଏ ବିଷୟରେ ଜାଣିବା।

କୁହାଯାଇଛି ଝିଟିପିଟି ମୁଣ୍ଡରେ ପଡିଲେ ରାଜ୍ୟଲାଭ ବା ରାଜ୍ୟତୁଲ୍ୟ ସୁଖଲାଭ ହୋଇଥାଏ। କାନରେ ପଡିଲେ ଅଳଙ୍କାର ଆଦି ଲାଭ। ଛାଡି ପଞ୍ଜରାରେ ଓ ଆଖି ଉପରେ ପଡିଲେ ବନ୍ଧୁ ମିଳନର ସୁଯୋଗ ମିଳେ ବୋଲି କୁହାଯାଇଥିବା ବେଳେ ନାକ ଉପରେ ଝିଟିପିଟି ପଡିଲେ ସୁଗନ୍ଧିତ ଦ୍ରବ୍ୟ ଲାଭ ହୁଏ। ସେହିପରି ବାମ ବା ଡାହାଣ ବାହୁରେ ଝିଟିପିଟି ପଡିଲେ ମାନସିକ ଆନନ୍ଦଲାଭ, ଅଣ୍ଟାରେ ଝିଟିପିଟି ପଡିଲେ ନୂଆ ବସ୍ତ୍ର ଲାଭ ହୁଏ। ପିଠିରେ ପଡିଲେ ଭୂ-ସମ୍ପତ୍ତି ଲାଭ ଓ ହାତରେ ଝିଟିପିଟି ପଡିଲେ ଅର୍ଥଲାଭର ଯୋଗ ଥାଏ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *