ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ଵର : ରାଜ୍ୟରେ କାର୍ଯ୍ୟରତ ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହେବେ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଥିବା ବେଳେ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ୧୮ ହଜାରରୁ ଉର୍ଦ୍ଧ୍ଵ ହାଇସ୍କୁଲ ଶିକ୍ଷକ ଉପକୃତ ହେବେ।

ସୂଚନାଯୋଗ୍ୟ ଗତ ନଭେମ୍ବର ୧୫ ତାରିଖରେ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ ଘୋଷଣା କରି ଏକ ନୋଟିଫିକେସନ ପ୍ରକାଶ କରିଥିଲେ। ସମସ୍ତ ଚୁକ୍ତିଭିତ୍ତିକ ପଦବିକୁ ନିୟମିତ କରି ୬ଟି ଇନ୍‌କ୍ରିମେଣ୍ଟ୍ ଦେବା ପାଇଁ ପ୍ରକାଶ କରାଯାଇଥିଲା। କିନ୍ତୁ ଏହି ନିୟମକୁ ବିଭାଗ କାର୍ଯ୍ୟକାରୀ ନ କରିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା। ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଂଚିତ ହେଉଥିଲେ। ସେହିଭଳି ୨୦୧୬ ବ୍ୟାଚ୍‌ର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକ ୭ ବର୍ଷ ପରେ ମଧ୍ୟ ନିୟମିତ ହୋଇପାରୁନଥିଲେ।

Leave a Reply

Your email address will not be published. Required fields are marked *

Back to top button