ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ। ୬୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଅବସରରେ ଦକ୍ଷିଣ କଶ୍ମୀର ଗୁମ୍ପାକୁ ଶ୍ରଦ୍ଧାଳୁମାନେ ଯାଇ ଅମରନାଥଙ୍କ ଦର୍ଶନ କରିପାରିବେ।

ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁମାନେ ଉଭୟ ଅଫଲାଇନ ଓ ଅନଲାଇନରେ ଯାତ୍ରା ପାଇଁ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୧୭ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।

ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ସେବା ପ୍ରଦାନକାରୀ ଲୋକଙ୍କୁ ସ୍ୱାସ୍ଥ୍ୟସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଯାତ୍ରା ପୂର୍ବରୁ ଟେଲିକମ ସେବାକୁ ଅଧିକ ତ୍ୱରାନ୍ୱିତ କରାଯିବ। ସବୁବର୍ଷ ପରି ଏଥର ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାର ବାଲଟାଲ ଟ୍ରାକ୍‌ରୁ ସମାନ ସମୟରେ ଯାତ୍ରା ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *

Back to top button