ଓଡ଼ିଆରେ ହେବ ସିଏପିଏଫ କନଷ୍ଟେବଲ ନିଯୁକ୍ତି ପରୀକ୍ଷା

ନୂଆଦିଲ୍ଲୀ : ଓଡ଼ିଆ ସମେତ ଏଣିକି ୧୩ ଆଂଚଳିକ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ବା ସିଏପିଏଫ କନଷ୍ଟେବଳ ପରୀକ୍ଷା। ଏହାର ପଶ୍ନପତ୍ର ଇଂରାଜୀ ଓ ହିନ୍ଦୀକୁ ଛାଡି ୧୩ଟି ଆଂଚଳିକ ଭାଷାରେ ଲେଖାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳରେ ଅଧିକ ଆଂଚଳିକ ଯୁବବର୍ଗଙ୍କୁ ସାମିଲ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ ପ୍ରକାଶ ପାଇଛି ବିଦ୍ଧିବଦ୍ଧ ବିଜ୍ଞପ୍ତି। ଓଡ଼ିଆ, ବେଙ୍ଗଲି, ଗୁଜୁରାଟି, ମରାଠୀ, କାନ୍ନାଡା, ମାଲାୟଲମ, ତାମିଲ, ତେଲୁଗୁ, ଉଦ୍ଧ୍ୱର୍, ପଞ୍ଜାବୀ, ମଣିପୁରୀ, କୋନକାନି ଭାଷାରେ ପ୍ରଶ୍ନପତ୍ର ଆସିବ। ଯାହାଫଳରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଆଂଚଳିକ ଭାଷାରେ ପରୀକ୍ଷା ଦେଇ ଚାକିରି ପାଇପାରିବେ।

Leave a Reply

Your email address will not be published. Required fields are marked *

Back to top button