ଟିଭିଏସ୍ ୟୁରୋଗ୍ରିପ୍ ସୁପରବାଇକ୍ ଓ ଆଡଭେଂଚର ଟୁରିଂ ଟାୟାର ଶୁଭାରମ୍ଭ

ଚେନ୍ନାଇ : ଟିଭିଏସ୍ ୟୁରୋଗ୍ରିପ୍‌, ଭାରତର ଅଗ୍ରଣୀ ୨ ଓ ୩ ଚକିଆ ଟାୟାର ବ୍ରାଣ୍ଡ, ଏମଏସ୍ ଧୋନୀ ଓ ଅନ୍ୟାନ୍ୟ ସିଏସକେ ଖେଳାଳୀଙ୍କ ଉପସ୍ଥିତିରେ ଆଡଭେଂଚର ଟୁରିଂ ଟାୟାର ଓ ସୁପରବାଇକ୍ ଟାୟାରର ଶୁଭାରମ୍ଭ କରିଛି । ଏହି ଶୁଭାରମ୍ଭ ଅବସରରେ ବିଜନେସ୍ ପାର୍ଟନର ଓ ପ୍ରମୁଖ ଗ୍ରାହକମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସିଏସକେ ସହିତ ବ୍ରାଣ୍ଡର ସମ୍ପର୍କକୁ ମଜବୁତ କରାଯିବା ସହିତ ଏହାର ପାଳନ କରାଯାଇଥିଲା ।

ଶୁଭାରମ୍ଭ କରାଯାଇଥିବା ଉତ୍ପାଦ ସମ୍ପର୍କରେ ସୂଚନା ପ୍ରଦାନ କରି, ପି. ମାଧବନ୍‌, ଇଭିପି ସେଲ୍‌ସ ଓ ମାର୍କେଟିଂ, ଟିଭିଏସ୍ ଶ୍ରୀଚକ୍ର ଲିମିଟେଡ୍ କହିଛନ୍ତି “ଆଡଭେଂଚର ଟୁରିଂ ଓ ସୁପରବାଇକ୍ ଟାୟାରର ଶୁଭାରମ୍ଭ କରିବା ଆମ ପାଇଁ ଏକ ବୃହତ୍ ମାଇଲଖୁଂଟ ଅଟେ, ଏହା ସହିତ ଆମେ ଆମର ଉତ୍ପାଦର ସମ୍ଭାରକୁ ଆହୁରି ଅଧିକ ବ୍ୟାପକ କରିପାରିଛୁ ଯେଉଁଥିରେ ବ୍ୟାପକଶ୍ରେଣୀୟ ଉତ୍ପାଦ ପ୍ରଦାନ କରାଯାଉଛି । ଆମେ ଏହାକୁ ଆମର ବିଜନେସ୍ ପାର୍ଟନର ଓ ସିଏସକେ ଷ୍ଟାରଙ୍କ ଉପସ୍ଥିତିରେ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଏହି ଉଚ୍ଚ କାର୍ଯ୍ୟଦକ୍ଷତାସମ୍ପର୍ଣ୍ଣ ଉତ୍ପାଦ ଗୁଡ଼ିକ ୟୁରୋପରେ ଡିଜାଇନ କରାଯାଇଛି ଓ ଏହାକୁ ଭାରତୀୟ ରାସ୍ତାର ଅବସ୍ଥା ଅନୁସାରେ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ଅଧିକାଂଶ ଉତ୍ପାଦ ଆନ୍ତର୍ଜାତୀୟ ଭାବରେ ଶୁଭାରମ୍ଭ କରାଯାଇଛି ଓ ଆମର ଏହି ଉତ୍ପାଦ ସମ୍ପର୍କରେ ଗ୍ରାହକମାନଙ୍କ ଠାରୁ ସକାରାତ୍ମକ ମତାମତ ଗ୍ରହଣ କରିଛୁ । ତେଣୁ ଏହି ଉତ୍ପାଦକୁ ଆମେ ଭାରତୀୟ ବଜାରକୁ ଆଣି ପାରିଥିôବାରୁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛୁ ।

ଏହି କାର୍ଯ୍ୟକ୍ରମରେ କମ୍ପାନୀ ନୂତନ ଉତ୍ପାଦର ଶୁଭାରମ୍ଭ କରିଛି ଯଥା ରୋଡହାଉଣ୍ଡ, ଡ୍ୟୁରାଟେଲ୍ ଓ ଟେରାବାଇଟ୍ । ଏହା ସହିତ ମୋଟରସାଇକେଲ୍ ଟ୍ୟୁବଲେସ୍ ବର୍ଗରେ ଆହୁରି ଅନେକ ସମ୍ଭାର ଉପସ୍ଥିତ ରହିଛି ।

Leave a Reply

Your email address will not be published. Required fields are marked *

Back to top button