Fri. Nov 15th, 2019

ବି କେ ଶର୍ମା ଇନଚାର୍ଜ ଡିଜିପି

ଭୁବନେଶ୍ଵର: ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । 

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ପଦବୀରେ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର ବିଜୟ କୁମାର ଶର୍ମା। ବର୍ତ୍ତମାନ ଶ୍ରୀ ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି।

Leave a Reply

Your email address will not be published. Required fields are marked *