ପଞ୍ଚଲିଙ୍ଗେଶ୍ଵରରେ ବିଦେଶାଗତ ପକ୍ଷୀ ପାଏଡ ଥ୍ରଶ

ବାଲେଶ୍ଵର : ନୀଳଗିରିର ପଞ୍ଚଲିଙ୍ଗେଶ୍ଵର ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି ପାଏଡ ଥ୍ରଶ ନାମକ ବିଦେଶାଗତ ପକ୍ଷୀ। ଏଠାରେ ଦେଖାଦେଇଥିବା ଦୁଇଟି ପକ୍ଷୀ ଓଡ଼ିଶାରେ ପ୍ରଥମ। ଯାହାଫଳରେ କୁଳଡ଼ିହା ପକ୍ଷୀ ସାରଣୀରେ ଆଉ ଏକ ବିଦେଶାଗତ ପକ୍ଷୀ ଯୋଡିହୋଇଛି। ଯାହା ଅଭୟାରଣ୍ୟର ସୁନ୍ଦରତାକୁ ବୃଦ୍ଧି କରିଛି। ଏହି ପକ୍ଷୀର ଗତି ବିଧିକୁ ନିରୀକ୍ଷଣ କରାଯାଉଛି। ଏମାନେ କୀଟ, ପତଙ୍ଗ ଓ ଫଳ ଖାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ସାଙ୍ଗ ହୋଇ ଖାଦ୍ୟ ଅନୁସନ୍ଧାନ କରୁଛନ୍ତି।

ଜିଓକିଚାଲ୍‌ ୱାର୍ଡି ଏହି ପକ୍ଷୀର ବୈଜ୍ଞାନିକ ନାମ। ଏମାନେ ଥ୍ରଶ ଫ୍ୟାମିଲିର ଅନ୍ତର୍ଭୁକ୍ତ। ପୁରୁଷ ପକ୍ଷୀମାନେ ୨୨ସେମି ସ୍ପଷ୍ଟ କଳା ଓ ଧଳା। ଉପର ଭାଗରେ ମୁଖ୍ୟତଃ କଳା, ପେଟ ପାଖରେ ମାଛକାତି ପରି କଳାଧଳା ରଙ୍ଗର ଆବରଣ ରହିଛି। ଆଖି, ଡେଣା ଓ ଲାଞ୍ଜ ଉପରେ ଧଳା ପଟି ରହିଥିବା ବେଳେ ଗୋଡ଼ ହଳଦିଆ ରଙ୍ଗ। ମାଈପକ୍ଷୀ ଦେଖିବାକୁ ପ୍ରାୟ ସମାନ ରଙ୍ଗ। ଏମାନଙ୍କର ରଙ୍ଗ ବାଦାମି ଓ ଫିକା ବାଦାମି ମଧ୍ୟ ହୋଇଥାଏ। ଥଣ୍ଟଟି ସମ୍ପୂର୍ଣ ବଙ୍କା। ସାଧାରଣତଃ ଗ୍ରୀଷ୍ମ କାଳରେ ଏହି ପକ୍ଷୀ ହିମାଳୟ ପାଦ ଦେଶ ତଥା ନେପାଳରେ ଏବଂ ଶୀତ ଋତୁରେ ଶ୍ରୀଲଙ୍କାରେ ଅଧିକ ସଂଖ୍ୟାରେ ଦେଖିବାକୁ ଦେଖାଯାଇଥାନ୍ତି।

Leave a Reply

Your email address will not be published. Required fields are marked *

Back to top button