Fri. Nov 15th, 2019

ଆଇଏଏସ୍‌ ଅଫିସର ସ୍ତରରେ ବଡ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ଅଫିସର ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ବୁଧବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅସିତ ତ୍ରିପାଠୀଙ୍କୁ କେବିକେ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ଉନ୍ନୟନ କମିସନର ଓ ଗୃହ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ। ସେହିପରି ସୁଦର୍ଶନ ପାଳ ଠାକୁରଙ୍କୁ ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସିଜେ ଭେନୁଗୋପାଳଙ୍କୁ ବୋର୍ଡ ଅଫ୍‌ ରେଭନ୍ୟୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି।

ଏହାବ୍ୟତୀତ ନୀତିନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିବା ବେଳେ ଦେଓ ରଞ୍ଜନ କୁମାର ସିଂଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ରଞ୍ଜନା ଚୋପ୍ରାଙ୍କୁ ଏସସି ଓ ଏସଟି ବିଭାଗର ପ୍ରମୁଖ ସଚିବ କରାଯାଇଛି। ସୁଶୀଲ ଲୋହାନୀଙ୍କୁ ବାଣିଜ୍ୟିକ ଟିକସ କମିଶନର, ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆଇପିଏସ ଅରୁଣ ବୋଥ୍ରାଙ୍କୁ ସେସୁର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଆର ରଘୁପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ସହ ଓମଫେଡର ଏମଡି ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ। ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ, ଭାସ୍କର ଜ୍ୟୋତି ଶର୍ମା ସାମାଜିକ ସୁରକ୍ଷା ସଚିବ ଓ କ୍ରିଷ୍ଣନ କୁମାରଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଛି। ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ବିଭାଗର ନିର୍ଦ୍ଦେଶନ ଭାବେ ଅତିରିକ୍ତ ଦାୟିତ୍ୱ ଏବଂ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ପଦରେ ନିଯୁକ୍ତି ମିଳିଛି। ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଦିକ ଆଲମଙ୍କୁ ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଓ ରାଜସ୍ୱ ପର୍ସଦ ସଚିବ ସୁରେନ୍ଦ୍ର କୁମାର ମିନାଙ୍କୁ ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *