Tue. Aug 20th, 2019

ମେହେରାନଗଢ ଏପରି ଦୁର୍ଗ, ଯେଉଁଠୁ ଦେଖାଯାଏ ପାକିସ୍ଥାନ

ଭାରତରୁ ଦୃଶ୍ୟମାନ ହୁଏ ପାକିସ୍ଥାନର ଅଞ୍ଚଳ। ଏଭଳି ସ୍ଥାନଟି ହେଲା ରାଜସ୍ଥାନ ଜୋଧପୁର ସହରରେ ଅବସ୍ଥିତ ମେହେରାନଗଢ ଦୁର୍ଗ। ଯାହା ନଦେଖିଲେ ବିଶ୍ଵାସ କରି ହୁଏନି। ଏହି ଦୁର୍ଗ ସମ୍ପର୍କରେ କିଛିଟା ସୂଚନା।

ଭାରତରେ ଥିଲା ରାଜା ମହାରାଜାଙ୍କର ଶାସନ। ଅନେକ ରାଜା ଲୁଟ କରିଛନ୍ତି କିନ୍ତୁ ନିଜର ସୁରକ୍ଷା ପାଇଁ କଳାକୃତିରେ ନିର୍ମାଣ କରିଛନ୍ତି କିଲ୍ଲା। ଏ ମଧ୍ୟରୁ ଗୋଟିଏ ହେଲା ରାଜସ୍ଥାନର ମେହେରାନଗଢ ଦୁର୍ଗ। ଯାହାକି ପାଞ୍ଚଶହ ବର୍ଷର ପୁରୁଣା। ଏହିଠାରୁ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଦେଖାଯାଏ। କୁହାଯାଏ ଦେଶ ଭାଗବଣ୍ଟା ସମୟରେ ପାକିସ୍ତାନ ଏହାକୁ ନେବା ପାଇଁ ଚେଷ୍ଟାକରି କୁଆଡେ ଅସଫଳ ହୋଇଥିଲା।

ରାଜସ୍ଥାନର ଜୋଧପୁର ସହରରେ ଅବସ୍ଥିତ ମେହେରାନଗଢ ଦୁର୍ଗ। ଜୋଧପୁର ଶାସକ ରାଓ ଯୋଦ୍ଧା ୧୪୫୯ ମଇ ୧୨ରେ ଏହି କିଲ୍ଲାର ଆରମ୍ଭ କରିଥିଲେ। ଏହାକୁ ସମାପ୍ତ କରିଥିଲେ ମହାରାଜ ଯଶବନ୍ତ ସିଂହ। ପନ୍ଦରଶହ ଶତାବ୍ଦୀରେ ବିଶାଳକାୟ ପଥର ପାହାଡ ଉପରେ ନିର୍ମାଣ ଏଇ କିଲ୍ଲାର ଉଚ୍ଚତା ୧୨୫ ମିଟର। ଯାହା କୁତବମିନାର ଠାରୁ ଉଚ୍ଚ। ୫୦୦ ବର୍ଷର ଏହି ପୁରୁଣା କିଲ୍ଲାରୁ ପାକିସ୍ତାନ ଦେଖାଯାଉଛି। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସର୍ବ ପ୍ରଥମେ ମେହରାନଗଢ କିଲ୍ଲାକୁ ନିଶାନା କରାଯାଇଥିଲା ବୋଲି କୁହାଯାଏ।  

ଏହି କିଲ୍ଲାର କାନ୍ଥ ୧୦ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହାର ଉଚ୍ଚତା ୨୦ ଫୁଟରୁ ୧୨୦ ଫୁଟ ଏବଂ ଚଉଡା ୧୨ଫୁଟରୁ ୭୦ଫୁଟ ପର୍ଯ୍ୟନ୍ତ। ଧୁମାମଦାର ସଡକ ସହିତ ଯୋଡୁଥିବା ଏହି କିଲ୍ଲାର ଚାରୋଟି ଦ୍ୱାର ରହିଛି। କିଲ୍ଲା ଭିତରେ ଭବ୍ୟ ମହଲ, ଅଦଭୁଦ ଦ୍ୱାର, ଜାଲି କବାଟ ଲାଗିଛି । ରାଓ ରାଜା ଚାମୁଣ୍ଡା ମାତାଙ୍କୁ ପୂଜା କରୁଥିଲେ। ମାତା ଯୋଦ୍ଧପୁର ଶାସକଙ୍କ କୂଳ ଦେବୀ ହୋଇଥିବାରୁ ରାଜା ସେଠାରେ ଚାମୁଣ୍ଡା ମନ୍ଦିର ନିର୍ମାଣ କରିଛନ୍ତି ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *