Fri. Nov 15th, 2019

ଭାରତ ସହ ସମ୍ପର୍କ କାଟିଲା ପାକିସ୍ତାନ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ଭାରତ ସହିତ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ବୁଧବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଡକାଇଥିବା ଜାତୀୟ ସୁରକ୍ଷା ସମିତି ବୈଠକରେ ଭାରତ ସହ କୂଟନୈତିକ ସମ୍ପର୍କ ସମେତ ଦ୍ୱିପାକ୍ଷୀକ ବ୍ୟବସାୟିକ ସମ୍ପର୍କ ସମାପ୍ତ କରିବାକୁ ହୋଇଛି ନିଷ୍ପତ୍ତି। ଏହାଛଡା ପାକିସ୍ତାନରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଭାରତ ଫେରାଇ ଦେଇଥିବା ବେଳେ ଭାରତକୁ ରାଷ୍ଟ୍ରଦୂତଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛି।

କେବଳ ସେତିକି ନୁହେଁ ଭାରତ ସମ୍ପର୍କିତ ମାମଲା ଅନୁଧ୍ୟାନ ପାଇଁ ଗଠନ ହୋଇଛି ଏକ କମିଟି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସୁରକ୍ଷା ସମିତି ବୈଠକ ବ୍ୟତିରେକ ରାଷ୍ଟ୍ରପତି ଆରିଫ ଅଲ୍ୱୀ ସଂସଦର ମିଳିତ ଅଧିବେଶନ ଆହ୍ୱାନ କରିଥିଲେ। ଏଥିରେ ପାକିସ୍ତାନର ସାଂସଦମାନେ ଭାରତ ୩୭୦ ହଟାଇବା ବିରୋଧରେ କଳା ପଟି ବାନ୍ଧି ସଂସଦକୁ ଯାଇଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *