Fri. Nov 15th, 2019

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଆକାଉଣ୍ଟରୁ ଚାଲିଗଲା ୨୩ଲକ୍ଷ

ନୂଆଦିଲ୍ଲୀ : ସାଧାରଣ ଲୋକ ଠକାମିର ଶିକାର ହେଉଥିଲେ। ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତଥା ସାଂସଦ ପରଣୀତ କୌର୍‌ ଠକିଛନ୍ତି। ତାଙ୍କ ଆକାଉଣ୍ଟରୁ ଚାଲିଯାଇଛି ୨୩ଲକ୍ଷ ଟଙ୍କା। ହେଲେ ପୋଲିସ ତୁରନ୍ତ ଯାଞ୍ଚକରି ଅଭିଯୁକ୍ତକୁ ଗିରଫ କରିଥିଲେ ହେଁ ଏହା ଚର୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ ଗତ ସପ୍ତାହରେ ପରଣୀତ୍‌ଙ୍କ ପାଖକୁ ଆସିଥିଲା ଏକ ଫୋନ କଲ। ଯୁବକଜଣଙ୍କ ଷ୍ଟେଟ୍‌ ବ୍ୟାଙ୍କର ମ୍ୟାନେଜର ବୋଲି ପରିଚୟ ଦେଇ କହିଥିଲେ ଆକାଉଣ୍ଟକୁ ଦରମା ପଠାଇବାର ଅଛି, ଏଟିଏମ୍‌ ନମ୍ବର ଓ ପଛରେ ଲେଖାଥିବା ସିଭିଭି ନମ୍ବର ଦିଅନ୍ତୁ। ବିଳମ୍ବ ହେଲେ ଦରମା ପହଞ୍ଚି ପାରିବ ନାହିଁ। ସବୁ ବିବରଣୀ ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଯିବ, ତାକୁ ମୋତେ ଦିଅନ୍ତୁ ବୋଲି କହିଥିଲା ଅଭିଯୁକ୍ତ। ପରଣୀତ୍‌ ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ ୨୩ଲକ୍ଷ ଟଙ୍କା କଟି ଯାଇଥିଲା। ତେଣୁ ସେ ତୁରନ୍ତ ପୋଲିସକୁ ଖବର ଦେବାପରେ ଅଭିଯୁକ୍ତକୁ ଗିରଫ ହୋଇଛି।

Leave a Reply

Your email address will not be published. Required fields are marked *