୧୯ ଓ ୨୦ରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳ ୭ଟାରୁ ପ୍ରଚଣ୍ଡ ତାତି ଆରମ୍ଭ ହୋଇଯାଉଥିବା ବେଳେ ଅପରାହ୍ନରେ ୨ଟା ବେଳକୁ ସ୍ଥିତି ଅସମ୍ଭାଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ଦୁଇଦିନ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଏନେଇ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଏପ୍ରିଲ ୧୯ ଓ ୨୦ ତାରିଖରେ ପ୍ରଥମରୁ ଦ୍ଵାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକ ଛୁଟି ରହିବ। ଏଥିସହିତ ଅଙ୍ଗନବାଡ଼ି ଗୁଡ଼ିକ ବନ୍ଦ ରଖାଯିବ। ସୂଚନାଯୋଗ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗତ ୧୩ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସରକାର ଛୁଟି ଘୋଷଣା କରିଥିଲେ। ଆଶା କରାଯାଉଥିଲା ୧୭ରୁ ବର୍ଷା ହେବ। କିନ୍ତୁ ବର୍ଷା ନହେବା ଯୋଗୁଁ ତାପମାତ୍ରା ବଢ଼ିଚାଲିଥିବାରୁ ପୁଣି ୨ଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button