ଆସନ୍ତାକାଲି ୧୪ ଜିଲ୍ଲାରେ ଭିଏଚପିର ବନ୍ଦ ଡାକରା

ଭୁବନେଶ୍ଵର : ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଆସନ୍ତାକାଲି ରାଜ୍ୟର ୧୪ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ଏହି ସୂଚନା ଦିଆଯାଇଛି।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଭିଏଚପି ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ସହିତ ଚକ-ଅଖ ବନ୍ଦ ରଖିବାକୁ ଆହ୍ଵାନ ଦିଆଯାଇଛି। ଯେଉଁସବୁ ଜିଲ୍ଲା ଗୁଡ଼ିକରେ ବନ୍ଦ ଡାକରା ଦିଆଯାଇଛି ସେଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା। ବିଶ୍ଵ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ଭାରତୀୟ ଜନତା ପାର୍ଟି ମଧ୍ୟ ସମର୍ଥନ କରୁଥିବା ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରୁ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ, ରୋଗୀ ସେବାକୁ ବାଦ୍ ଦିଆଯାଇଛି। ସମ୍ବଲପୁର ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଭିଏଚ୍‌ପିର ଦାବିକୁ ବଜରଙ୍ଗ ଦଳ ସମର୍ଥନ ଜଣାଇଛି।

Leave a Reply

Your email address will not be published. Required fields are marked *

Back to top button